ଫୁଲବାଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ମାଇ ଭାରତ କନ୍ଧମାଳ ତରଫରୁ ପଣ୍ଡିତ୍ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମ ଦିବସ କେ.ବିହିଟ୍ସ କଲେଜ ଫୁଲବାଣୀ ପରିସରରେ ଅନୁଷ୍ଠିତ୍ ହୋଇଯାଇଛି l ଅନୁଷ୍ଠିତ କାର୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ କେବି.ହିହିଟ୍ସ କଲେଜର ଅଧକ୍ଷ ଅନିଲ କୁମାର ଚୌଧୁରୀ ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଭାବରେ ସୁରଭି ବାଳା ପାଣିଗ୍ରାହୀ,ମାଇ ଭାରତ କନ୍ଧମାଳର ଜିଲ୍ଲା ଯୁବ ଅଧିକାରି ପ୍ରଶାନ୍ତ କୁମାର ଏବଂ ମାଇ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ପ୍ରମୂଖ ଯୋଗ ଦେଇଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ବହୁ ଯୁବକ ଯୁବତୀ ସମେତ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥଲେ l ଏହି ଦିବସରରେ ପଣ୍ଡିତ୍ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜୀବନୀ ଏବଂ ଦେଶ ପ୍ରତି କରି ଥିବା ବିଭିନ୍ନକାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରଯାଇଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କର ମଧ୍ୟରେବକୃତା ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା ଏଥିରେ ଚୁଗୁଲ୍ ବେହେରା ପ୍ରଥମ, ମଳୟ ରଞ୍ଜନ ଦଳ ଛତ୍ର ଦ୍ୱିତୀୟ ଏବଂ ପ୍ରିୟାଂଶୁ ବେହେରା ତୃତୀୟ ହୋଇ ଥିଲେ l















