ଓଡ଼ିଶା ତାଜା ନ୍ୟୁଜ (୨୬ ଜୁନ୍ ଶନିବାର) ବାଙ୍କୀ :-ଆଜି ବାଙ୍କୀ ଉପଖଣ୍ଡ ର ବିଭିନ୍ନ ଜଗନ୍ନାଥ ମନ୍ଦିର ରେ କରୋନା କଟକଣା ରେ ବିଧି ଅନୁଯାୟୀ ସମ୍ପନ୍ନ ହୋଇଯାଇଛି ଦେବସ୍ନାନ ପୂର୍ଣ୍ଣିମା।ଡମପଡା ଠାରେ ରାଜ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର ଡମପଡା ତହସିଲଦାର ଦ୍ୱାରା ପରିଚାଳନା କରାଯାଇଥିବାରୁ ସେଠାରେ ଡମପଡା ତହସିଲଦାର କ୍ଷୀତିଶ ବେହେରା ଙ୍କ ତତ୍ୱାବଧାନ ରେ ବିଧି ଅନୁସାରେ ଶ୍ରୀ ଜୀଉ ଙ୍କୁ ୧୦୮ ଗରା ପାଣି ରେ ମହା ସ୍ନାନ କରାଇ ଗଜାନନ ବେଶ ଅନୁଷ୍ଠିତ ହୋଇ ଅଣସର ଘର କୁ ନିଆଯାଇଥିଲା। ବାଙ୍କୀ ରେ ମା ଚର୍ଚ୍ଚିକା ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ରେ ସେବାୟତ ଓ ଟ୍ରଷ୍ଟି ଙ୍କ ଦ୍ଵାରା କୋଭିଡ ନିୟମ ରେ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ।
ପ୍ରତାପ ମହାପାତ୍ର, ପ୍ରକାଶ କୁମାର ପାତ୍ର,ପିଣ୍ଟୁ ପାତ୍ର, ପପି ପାତ୍ର, ବାବୁଲି ପାତ୍ର, ସନ୍ତୋଷ ପାତ୍ର, ନୀଳମଣି ମହାପାତ୍ର, ସନ୍ତୋଷ ରଣା,ବିଜୟ ରଣା,ପୂଜକ ଗନ୍ଧର୍ବ ପଣ୍ଡା,ଶରତ ମହାପାତ୍ର, ଋଷି ରଣା,ଅଶୋକ ରଣା, ଅନନ୍ତ ରଣା ,କଳନ୍ଧି ମହାପାତ୍ର ,ଦୁର୍ଗା ଚରଣ ପଣ୍ଡା,ଲଳିତ ମୋହନ ପଣ୍ଡା,ମନୋରଞ୍ଜନ ମିଶ୍ର,ରାମ କୃଷ୍ଣ ଦାସଙ୍କ ସମିତ ବହୁ ସେବାୟତ କୋଭିଡ ନିୟମ ଅନୁଯାୟୀ ଏହି ଦୁର୍ଲ୍ଲଭ ସ୍ନାନ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ସେହିପରି ରଗଡି ରେ ମହିମା ମଣୀ ଙ୍କ ଠାରେ ସେବାୟତ ଙ୍କ ଦ୍ଵାରା କୋଭିଡ କଟକଣା ରେ ବିଧି ରେ ସମ୍ପନ୍ନ ହୋଇଥିଲା।ଏଥିସହ ଭଗିପୁର ଜଗନ୍ନାଥ ମନ୍ଦିର ରେ ମଧ୍ୟ ଆଜି କୋଭିଡ କଟକଣା ରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ପୂଜକ ରାମ ମିଶ୍ର, ଜ୍ଞାନ ରଞ୍ଜନ ସାହୁ, ତାପସ ଜେନା, ଦୀପ୍ତି ରଞ୍ଜନ ସାହୁ,ପିଣ୍ଟୁ ସାହୁ ସହଯୋଗ କରିଥିଲେ।ଏହା ସହ ପଥୁରି ପଡା,ତୁଳସୀପୁର ଓ ସୁବର୍ଣ୍ଣପୁର ତୃତୀୟ ଦେବ ଙ୍କ ସହ ବିଭିନ୍ନ ଜଗନ୍ନାଥ ମନ୍ଦିର ରେ ସରକାର ଙ୍କ ନିୟମ ମାନି କୋଭିଡ କଟକଣା ରେ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି।