ବାଲିଗୁଡା : ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ଫେରାର ଥିବା ଦୁଇ ନକଲି ମାଓବାଦୀ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍‌ ଶୁକ୍ରବାର ) ବାଲିଗୁଡ଼ା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ପୁଣି ଦୁଇଜଣ ଫେକ୍ ମାଓବାଦୀ । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁ ରେ ହୋଇଥିଲା ଡକାୟତି । ମାଓବାଦୀ ନାମରେ ଡକାୟତି କରିଥିଲେ ୬ଜଣିଆ ଗ୍ୟାଙ୍ଗ୍ । ଘଟଣାରେ ଗତ ୧୦ ତାରିଖରେ ୪ଜଣ ଫେକ୍ ମାଓବାଦୀଙ୍କୁ ଗିରଫ କରିଥିଲା ଦାରିଙ୍ଗବାଡ଼ି ପୋଲିସ୍ । ଫେରାର୍ ଥିବା ଦୁଇଜଣଙ୍କୁ ଟ୍ରାକ୍ କରୁଥିଲେ ସାଇବର ଏକ୍ସପୋର୍ଟ । ଘଟଣା ପ୍ରକାରେ ଗତ ୧୦ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁ ର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁ ର ବିଶ୍ବନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇବା ସହ ବନ୍ଧୁକ, ଖଣ୍ଡା,କାତି ଆଦି ମାରଣାସ୍ତ୍ର ଦେଖାଇ ନିଜକୁ ମାଓବାଦୀର ପରିଚୟ ଦେଇ ଟଙ୍କା,ସୁନା ଓ ଡାଲି ଚାଉଳ ଲୁଟି ନେଇଥିଲେ ୬ ଜଣିଆ ଡକାୟତି ଗ୍ୟାଙ୍ଗ୍ ।

ଏନେଇ ଉଭୟ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ଦାରିଙ୍ଗବାଡ଼ି ପୋଲିସ୍ ତଦନ୍ତ କରି ଗତ ୧୬ ତାରିଖରେ ଘଟଣାରେ ସମ୍ପୃକ୍ତ ୪ଜଣ ଫେକ୍ ମାଓବାଦୀଙ୍କୁ ଗିରଫ କରିବାସହ କୋର୍ଟ ଚାଲାଣ କରିଥିବା ବେଳେ ଗ୍ୟାଙ୍ଗର ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିଲେ । ଫେରାର ଦୁଇଜଣଙ୍କୁ ଟ୍ରାକ୍ କରି ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ୍ । ଗିରଫ ଦୁଇ ଫେକ୍ ମାଓବାଦୀ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗ୍ରାମର ମସେଶ ଦିଗାଲ ଓ କୋଟଗଡ଼ ଥାନା ପୁରସୁଡ଼ି ଗ୍ରାମର ଆନ୍ଦ୍ରିଅ ପ୍ରଧାନ ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)