No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନ ହେବ ଡାକ୍ତର ପଦବୀ ଖାଲି ପଡ଼ିଛି । ଡାକ୍ତର ପଦବୀ ପୂରଣ ଦିଗରେ ବହୁ ଦାବୀ ହୋଇଆସିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଡାକ୍ତର ଖାନା ଉପରେ ପଡୋଶୀ ବରଗଡ଼ ଜିଲ୍ଲା ପଦ୍ମପୁର ଓ କଣ୍ଟାବାଞ୍ଜି ଅଞ୍ଚଳ ରୁ ହଜାର ହଜାର ଲୋକ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଡାକ୍ତର ଖାନା ରେ ୩ ଜଣ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଥିବା ବେଳେ ଦୁଇ ଜଣ ଡାକ୍ତର ଅସ୍ଥାୟୀ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟ ପକ୍ଷରେ ଦୁଇ ଭେଷଜ ବିଶେଷଜ୍ଞ ମଧ୍ୟ ଅସ୍ଥାୟୀ ଭାବେ କାର୍ଯ୍ୟ କରିଥାନ୍ତି । ଦୀର୍ଘ ଦିନ ହେବ ଶିଶୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଛି । ୧୦୦ ଶଯ୍ୟା ବିଶିଷ୍ଟ ଡ଼ାକ୍ତରଖାନା ରେ ଦୁଇ ଜଣ ଡାକ୍ତର ସଦ୍ୟ ଏମ୍. ବି.ବି.ଏସ , ଓ ଅବସରପ୍ରାପ୍ତ ଏମ୍. ବି.ବି.ଏସ ଡାକ୍ତର ଖାନା କୁ ଚଲାଉଛନ୍ତି ।
ଡାକ୍ତର ଖାନା ଟି ଭଗବାନ ଙ୍କ ଭରଷାରେ ଚାଳିଛି । ଉପଖଣ୍ଡ ଡ଼ାକ୍ତରଖାନା ପ୍ରାୟ ୭୦ କିଲୋମିଟର ପରିଧି ମଧ୍ୟରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଥିବା କୈାଣସି ଡାକ୍ତର ଖାନା ନଥିବା ଯୋଗୁଁ ଏହି ଡାକ୍ତର ଖାନା ଉପରେ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଏପରି ଅବ୍ୟବସ୍ଥା ଦୂର କରିବା ସହ ତୃତୀୟ ଲହର କରୋନା ମହାମାରୀ ବିପତ୍ତି କୁ ଦୃଷ୍ଟି ରଖି ପାଟଣାଗଡ଼ ଉପଖଣ୍ଡ ଡ଼ାକ୍ତରଖାନାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ଡାକ୍ତର ଖାନା ସ୍ଥାନ କରିବାକୁ ଦାବି ହେଉଛି ।
ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ଦିନରୁ ଖାଲିପଡ଼ିଥିବା ଡାକ୍ତର ପଦବୀ ପୂରଣ କରିବା ଦିଗରେ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଚେରି ଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ଏହି ଅଭିଯାନ ଆଗାମୀ ୭ ଦିନ ଧରି ଚାଲିବ ଏବଂ ପ୍ରାୟ ୧ ଲକ୍ଷ ସ୍ଵାକ୍ଷର ଥିବା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ଦେଶ୍ୟ ରେ ବଲାଙ୍ଗୀର ଜିଲ୍ଲାପାଳ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ର ସଭାପତି ସୁନୀଲ କୁମାର ସିଂ ପ୍ରକାଶ କରିଛନ୍ତି ।ଟ୍ରଷ୍ଟ ର ଏପରି ଜନହିତକର ପ୍ରୟାସ ପଦକ୍ଷେପକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି । (ଗୋରେଖନାଥ ବରିହା )
No Result
View All Result