No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁନ୍ ଗୁରୁବାର ) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡର ବିଭିନ୍ନ ଚିକିତ୍ସାଳୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ ୩୧ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୨ ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଓ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ରେ ,ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମ ରେ ଏଏନେମ ଆଜି ବୁଲି ୧୧୯ ଜଣଙ୍କର ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।୧୦ ଜଣଙ୍କ ଠାରୁ ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା ।
ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓଉପସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ୧୪୪ ଜଣଙ୍କ ଠାରୁ ଆଣ୍ଟିଜେନ ଆଣ୍ଟିଜେନ୍ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା ସେଥି ମଧ୍ୟରୁ ୮ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୬ ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇ କରାଯାଇ କଟକ ପରୀକ୍ଷା ପାଇଁ ପଠାଯାଇ ଥିଲା । ଆଜି ବାଙ୍କୀ ଉପଖଣ୍ଡ ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ୧୯୨୮ଜଣଙ୍କୁ କରୋ ଟିକା କରଣ କରାଯାଇଛି।ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ ରେ ୩୪୦ ଜଣଙ୍କୁ କରୋନା ପ୍ରତିଷେଧକ ଟୀକା କରଣ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବିଶ୍ୱଜିତ ପଣ୍ଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା ଏହି ଟୀକା କରଣ କାର୍ଯ୍ୟକ୍ରମ କୁ ଫାର୍ମାସିଷ୍ଟ ଉମାକାନ୍ତ
ସ୍ୱାଇଁ ଓ ବରିଷ୍ଠ ସ୍ୱାସ୍ଥ୍ୟ ପରିଦର୍ଶକ ବସନ୍ତ କୁମାର ଦାସ ପରିଚାଳନା କରିଥିଲେ।ସେହି ପରି ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କଳାପଥର ଉପସ୍ୱାସ୍ଥ୍ୟ କେନ୍ଦ୍ର ରେ,ବ୍ରହ୍ମପୁରା ଉପସ୍ୱାସ୍ଥ୍ୟ କେନ୍ଦ୍ର ,ବୈଦେଶ୍ୱର ଉପ ସ୍ୱାସ୍ଥ୍ୟ କେନ୍ଦ୍ର,ସୁବର୍ଣ୍ଣ ପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୧୪ଜଣଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରଦାନ କରାଯାଇଥିଲା ଉକ୍ତ ଟିକା କରଣ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେଶ ସାହୁ ଙ୍କ ତତ୍ୱାବଧାନରେ କରୋନା ଟୀକା କରଣ କରାଯାଇଥିଲା । ସେହିପରି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଉଥିବା ଟିକା କରଣ କେନ୍ଦ୍ର ରେ ୩୦୧ଜଣ ଟିକା ନେଇଥିଲେ।ବାଙ୍କୀ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ ତତ୍ୱାବଧାନ ରେ ହସ୍ପିଟାଲର ମ୍ୟାନେଜର ଶଶୀକାନ୍ତ ମିଶ୍ର ଙ୍କ ପରିଚାଳନା ରେ ଦୀପିକା ପ୍ରିୟଦର୍ଶୀନି,ପ୍ରଶାନ୍ତ ବେହେରା, ରଶ୍ମିତା ରାଉତ,ତ୍ରିଲୋଚନ ବେହେରା ଟିକା କରଣ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର )
No Result
View All Result