No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୩ ଜୁନ୍ ବୁଧବାର) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆ ପଦର ପଞ୍ଚାୟତର ଲତପଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବିଲରେ ଥିବା ଖାତ ଭିତରେ ଥିବା ପାଣିରେ ଶିଶୁଟି ବୁଡିଯିବା ଫଳରେ ତାର ମୃତ୍ୟୁ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଗ୍ରାମର ଗ୍ରାମ ସାଥି ବିରାଜ କହଁରଙ୍କ ୩ ବର୍ଷର ସାନ ପୁଅ ତାର ମା ଜମଲିନିଙ୍କ ସହ ବିଲକୁ ଯାଇଥିଲା ।
ମା କାମକରୁଥିବାବେଳେ ଶିଶୁଟି ଜମି ହୁଡାରେ ଖେଳୁଥିଲା ଆଉ ଖେଳୁଖେଳୁ ଖାତ ଭିତରେ ପଡିଯାଇଥିଲା । ଦେଖିବାପରେ ମା ଓ ଅନ୍ୟମାନେ ଶିଶୁକୁ ପାଣିରୁ ଉଦ୍ଧାର କରି ଫିରିଙ୍ଗିଆ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଏ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ରିପୋର୍ଟ :-ସଞ୍ଜୟ କୁମାର ପାଣିଗ୍ରାହୀ
No Result
View All Result