No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ବାଙ୍କୀ :- ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ବାଙ୍କୀ ବିଧାନସଭା ଯୁବ କଂଗ୍ରେସ ତତ୍ୱାବଧାନ ରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ଶୃତି ରଞ୍ଜନ ଲେଙ୍କା ଙ୍କ ଦ୍ଵାରା ସୁବର୍ଣ୍ଣପୁର ଓ ବାଙ୍କୀ ରେ କରୋନା ଯୁଦ୍ଧା ସମ୍ମାନ ପ୍ରଦାନ କରାଯାଇଛି।ଡାକ୍ତର, ପରାମେଡିକାଲ କର୍ମୀ,ଆଶା କର୍ମୀ ଓ କିଛି ସ୍ୱେଚ୍ଛାସେବୀ କରେନା ସମୟରେ ନିଜ ଜୀବନକୁ ବାଜି ଲଗେଇ ସେବା କରିଥିବାରୁ ସେମାନଙ୍କ କର୍ତ୍ତବ୍ୟ ଓ ସେବା ପାଇଁ ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ସେମାନଙ୍କୁ ଆଜି କରୋନା ଯୁଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରଥମେ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ଡକ୍ଟର ଲେଙ୍କା ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ ।କୋଭିଡ ସମୟରେ କି କି ପ୍ରକାର ରୋଗୀ ମାନଙ୍କୁ ସେବା ଯୋଗାଇ ଦିଆଯାଉଛି ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଏହାପରେ କୋଭିଡ କଟକଣା ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମରେଶ ସାହୁ, ଡାକ୍ତର ସୁଧାଂଶୁ ଶେଖର ପଣ୍ଡା,ଡାକ୍ତର ମିଳନ କୁମାର ତ୍ରିପାଠୀ ଙ୍କ ସମିତ ଆଶା, ସ୍ୱଛାସେବୀ କର୍ମୀ ଙ୍କୁ କରୋନା ଯୁଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ପଦ୍ମ ଲୋଚନ ପଣ୍ଡା ଙ୍କୁ ତାଙ୍କ ବାସଭବନରେ ଡକ୍ଟର ଲେଙ୍କା ପହଞ୍ଚି ବିଶେଷ କରୋନା ଯୁଦ୍ଧା ର ସମ୍ମାନ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ଆଇନଜୀବି ଭବାନୀ ଶଙ୍କର ଧଳ,ବରିଷ୍ଠ କଂଗ୍ରେସ ନେତାବିଭୁ ପ୍ରସାଦ ନାୟକ,ପୂର୍ବତନ ସରପଞ୍ଚ ପ୍ରମୋଦ ପଣ୍ଡା,ଆଇନଜୀବି ଜିତେନ କୁମାର ପଣ୍ଡା,ବାଙ୍କୀ ବିଧାନସଭା ଯୁବ କଂଗ୍ରେସ ସଭାପତି ଆଇନଜୀବୀ ଶିବ ବ୍ରତ ମହାପାତ୍ର, ବାଙ୍କୀ ବ୍ଲକ ଯୁବ କଂଗ୍ରେସ ସଭାପତି ବିଭୁତି ଭୂଷଣ ଦଳ ସିଂ ରାୟ, ଡମପଡା ବ୍ଲକ ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ କାନ୍ତ ସ୍ବାଇଁ,ବାଙ୍କୀ ବିଧାନସଭା ଯୁବ କଂଗ୍ରେସ ଉପ ସଭାପତି ସୋମନାଥ ପଣ୍ଡା ,କଟକ ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁଶୀଲ କୁମାର ବିଶ୍ବାଳ ଓ ରଶ୍ମି ରଞ୍ଜନ ପଣ୍ଡା, ଯୁବ କଂଗ୍ରେସ କର୍ମୀ ବିଭୁନା ରାଉତ ,ଭିକାରୀ ଜେନା, ନିରଖ ଜେନା, ହେମନ୍ତ ରଣା, ଫକୀର ସେଠିଓ ବୁଲୁ ରାଉତ ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ ଗୌତମ ମିଶ୍ର)
No Result
View All Result