• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ; ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କ ପାଇଁ ଉଦ୍ଦିଷ୍ଟ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
June 22, 2021
in ଓଡ଼ିଶା, ରାୟଗଡା, ହୋମ୍
0
ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ରାୟଗଡ଼ା ଜିଲ୍ଲା ଗସ୍ତ ; ଡଙ୍ଗରିଆ କନ୍ଧ ଯୁବକଯୁବତୀଙ୍କ ପାଇଁ ଉଦ୍ଦିଷ୍ଟ ଟିକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ରାୟଗଡ଼ା :-  ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ । ସେଠାରେ ଟିକାକରଣ ଶିବିରର ଉଦ୍‌ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ା ରାୟଗଡ଼ା ଜିଲ୍ଲାର ଚାଟିକଣାସ୍ଥିତ ଜନଜାତି ବ୍ୟାଖ୍ୟାନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀ ଦାସବର୍ମା ଜିଲ୍ଲାର ପାର୍ଶାଲି, ଚାଟିକଣାରେ ବସବାସ କରୁଥିବା ୧୦,୧୮୫ ଆଦିମ ଜନଜାତି ଓ କନ୍ଧ ଗୁଣୁପୁର ବ୍ଲକ୍‌ର ପୁଟାସିଂ ଅଞ୍ଚଳରେ ବାସ କରୁଥିବା ୬,୮୭୪ ଲାଂଜିଆ ସଉରା ଆଦିମ ଜନଜାତି ବର୍ଗଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ୟାକେଜ୍‌ ବଣ୍ଟନ ପାଇଁ ଡାଟାବେସ୍‌ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଆଦିମ ଜନଜାତିଙ୍କୁ ଟିକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ଲୋକ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ଗଣମାଧ୍ୟମ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସମ୍ମିଳିତ ଉଦ୍ୟମ ହେଲେ ଏଭଳି ଆହ୍ୱାନମୂଳକ ଅଞ୍ଚଳରେ ଟିକାକରଣ କାର୍ଯ୍ୟ ସଫଳ ହୋଇପାରିବା ।

ଯେଉଁମାନେ ଏହି ଦୁଇବର୍ଗର ଆଦିମ ଜନଜାତିଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସଂକ୍ରମିତ ସଙ୍ଗରୋଧ କେନ୍ଦ୍ରରେ ଯିଏ ରହିବ ତାଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ବଣ୍ଟନ ସହ କାର୍ଯ୍ୟରତ ଥିବା ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ ହାରାହାରି ୧୬୦୦ ହେଉଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । କୋଭିଡ୍‌ ସଂକ୍ରମିତ ପରିବାରଙ୍କୁ ଶୁଖିଲା ରାସନ୍‌, ପରିବାର ପିଛା ୨୫୦୦ ଟଙ୍କା ଏବଂ ସଂକ୍ରମିତ ବ୍ୟକ୍ତିମାନଙ୍କୁ ୧୪ ଦିନ ପାଇଁ ଦୈନିକ ୧୦୦ ଟଙ୍କା ଜିଲ୍ଲା ତରଫରୁ ଶତପ୍ରତିଶତ ପ୍ରଦାନ କରାଯାଇଛି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଅପରାହ୍ନରେ ଗୁଣୁପୁର ବ୍ଲକ୍‌ର ପୁଟାସିଂଠାରେ କାର୍ଯ୍ୟରତ ଲାଂଜିଆ ସଉରା ଉନ୍ନୟନ ସଂସ୍ଥା ପରିଦର୍ଶନ କରିଛନ୍ତି । ସେଠାରେ ଆଦିମ ଜନଜାତି ଲାଂଜିଆ ସଉରାଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଥିବା ବିଭିନ୍ନ ଲୋକାଭିମୁଖି ଯୋଜନାର ସମୀକ୍ଷା କରିବା ସହିତ ନିକଟସ୍ଥ ଗ୍ରାମପଞ୍ଚାୟତ ତାରକେଲ ଗ୍ରାମକୁ ଯାଇ ଆଦିମ ଜନଜାତି ବାସ କରୁଥିବା ଲାଂଜିଆ ସଉରା ବର୍ଗର ଜନସାଧାରଣଙ୍କୁ ଭେଟିଥିଲେ । ଟିକାକରଣ ପାଇଁ ଲାଂଜିଆ ସଉରା ଜନଜାତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅନ୍ଧବିଶ୍ୱାସ ଓ ଭୟ ଦୂର କରି ଟିକାକରଣ କୁ ଏକ ଜନଆନ୍ଦୋଳନ ଭାବରେ ଗଢ଼ି ତୋଳିବାକୁ ଶ୍ରୀ ଦାସବର୍ମା ପରାମର୍ଶ ଦେଇଛନ୍ତି । କୋଭିଡ୍‌ ମହାମାରୀର ମୁକାବିଲା କରିବା ପାଇଁ ରାୟଗଡ଼ା ଜିଲ୍ଲାର ଉଭୟ ଆଦିମ ଜନଜାତିଙ୍କ ମଧ୍ୟରେ ପରୀକ୍ଷଣ, ଚିକିତ୍ସା ଓ ଟିକାକରଣ କାର୍ଯ୍ୟ ଠିକ୍‌ ଭାବରେ ଚାଲିଥିବାରୁ ଜିଲ୍ଲା ପ୍ରଶାସନ, ମେଡିକାଲ ଟିମ୍‌ ଏବଂ ସହଯୋଗ କରୁଥିବା ବିଭାଗଙ୍କୁ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଲାଂଜିଆ ସଉରା ଉନ୍ନୟନ ସଂସ୍ଥାର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜିଲ୍ଲାରେ ଲାଂଜିଆ ସଉରା ଓ ଡଙ୍ଗରିଆ କନ୍ଧ ଆଦିମ ଜନଜାତିଙ୍କ ପାଇଁ ୧୬ ଲକ୍ଷ ୪୨ ହଜାର କାର୍ଯ୍ୟଦିବସ ସୃଷ୍ଟି କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୨ ହଜାର ୧୦୦ ଶ୍ରମ ଦିବସ ଲକ୍ଷ୍ୟ ହାସଲ ହୋଇପାରିଛି ଏବଂ ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷ ୬୭ ହଜାର ୮୬୫ ଶ୍ରମଦିବସ ଜିଲ୍ଲାର ଲୋକ ଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଶାସନ ସମର୍ଥ ହୋଇଛି । ଜିଲ୍ଲା ୮୨% ଶ୍ରମଦିବସ ସୃଷ୍ଟି କରି ରାଜ୍ୟରେ ୧୦ମ ସ୍ଥାନରେ ରହିଛି ।

କରୋନା ଭଳି ମହାମାରୀର ମୁକବିଲା କରୁଥିବା ବେଳେ ଆଦିବାସୀ ଓ ଆଦିମ ଜନଜାତି ଅଧ୍ୟୁଷିତ ଉପଯୋଜନା ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହିତ କର୍ମନିଯୁକ୍ତି ସୃଷ୍ଟି କରି ସଫଳତାର ସହତ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମର୍ଥ ହୋଇଛି । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ରାୟଗଡ଼ା  ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ଧାରାକୁ ଗତିଶୀଳ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଶ୍ରୀ ଦାସବର୍ମା ପରାମର୍ଶ ଦେବା ସହିତ କୋଭିଡ୍‌ ମହାମାରୀ ସମୟରେ ନିଷ୍ଠାର ସହିତ କର୍ତ୍ତବ୍ୟ କରିଥିବା ସମସ୍ତ କ୍ଷେତ୍ର ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା

କ୍ଷେତ୍ର ପରିଦର୍ଶନ ସମୟରେ ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରା ବର୍ଗର ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀଙ୍କ ଦକ୍ଷତା ମୂଲ୍ୟାୟନ କରିବା ସହିତ ତାଙ୍କୁ ଜିଲ୍ଲା ମଧ୍ୟରେ ଓ ଜିଲ୍ଲା ବାହାରେ ନିଯୁକ୍ତି ଓ କର୍ମସଂସ୍ଥାନ ଉପରେ ଗୁରୁତ୍ୱ ଦେଇଛନ୍ତି । ଗସ୍ତ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ ରାୟଗଡ଼ାର ମାନ୍ୟବର ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଗୁଣୁପୁର ଉପଜିଲ୍ଲାପାଳ ଜେ. ସାମଲ, ପିଡ଼ିଡ଼ିଆର୍‌ଡିଏ, ମହେଶ୍ୱର ନାୟକ, ପିଏଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଆର୍ତ୍ତବନ୍ଧୁ ନାୟକ, ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦର କାର୍ଯ୍ୟନିର୍ବାହୀ ଏମ୍‌. ଏନ୍‌. ଦଳବେହେରା, ଲାଂଜିଆ ସଉରା ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ କୃପାସିନ୍ଧୁ ବେହେରା ଓ ଜିଲ୍ଲାର ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

ବିଜୁ ବାବୁଙ୍କ ନାହିଁ ବିକଳ୍ପ – ବେଗୁନିଆରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ

March 7, 2026
ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

ଶୁଭ ମୁହୂର୍ତ୍ତରେ ଶୁଭ ଖୁଣ୍ଟି ପଡ଼ିଲା, ଐତିହାସିକ ବାଣପୁର ପଞ୍ଚୁଦୋଳଯାତ୍ରା ଶୁଭାରମ୍ଭ

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version