No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ପାଟଣାଗଡ଼ :- ସରକାର ଶିକ୍ଷା କ୍ଷେତ୍ରରେ ଶିକ୍ଷା ର ବିକାଶ ସାଙ୍ଗକୁ ଭିତ୍ତି ଭୂମୀ ର ଉନ୍ନତି କରିବା ପାଇଁ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅତି ନିମ୍ନ ମାନର ନିର୍ମାଣ ଯୋଗୁଁ ଅତି ରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେହେଁ ଗୋଟିଏ ବର୍ଷ ନପୁରୁଣୁ ଛାତ ଭୁଷୁଡି ପଡ଼ିଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ପାଟଣାଗଡ ବ୍ଳକ ମରୁଆ ପଞ୍ଚାୟତ ପାଢେଲ ଗ୍ରାମ ର ଅଞ୍ଚଳ ହାଇସ୍କୁଲ ର ଅତି ରିକ୍ତ ଶ୍ରେଣୀ କୋଠରୀ ଭୁଷୁଡି ପଡିଛି । ଅତି ରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ରୁ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସୂଚନା ଫଳକ ରେ ରହିଛି ।
କିନ୍ତୁ କେତେ ମସିହାରେ ଟଙ୍କା ମଞ୍ଜୁର ହୋଇଥିଲା ସୂଚନା ଫଳକ ରେ ଲେଖାଯାଇନାହିଁ । ଅତି ରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ କାର୍ଯ୍ୟ ପାଇଁ ଦାୟିତ୍ବ ନେଇଥିବା ଯନ୍ତ୍ରୀ ତଦାରଖ କରିବା ବଦଳରେ ଠିକାଦାର ଙ୍କ ସହ ସଲାସୁତରା ହେତୁ ଏପରି ଘଟିଛି ବୋଲି ଅଭିଯୋଗ ହୋଇଛି । ସରକାର କା ମାଲ୍ ଦରିଆମେ ଢାଲ ସଦୃଶ ହେଉଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହେଉଛି । ( ଗୋରେଖନାଥ ବରିହା )
No Result
View All Result