No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ ମଙ୍ଗଳବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ରେ ମନେରେଗା ଯୋଜନାରେ ଚାଲିଥିବା କାର୍ଯ୍ୟର ଘୋଟାଲା ହେଉଥିବା ଅଭିଯୋଗ ନେଇ ଆଜି କୋଶଳ ଯୁବ ସମ୍ବନିୟ ସମିତି ପକ୍ଷରୁ କାର୍ଯ୍ୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମ ରେ ମନେରେଗା ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ଏଥିରେ ଅନେକ ଶ୍ରମିକ ନିଯୁକ୍ତି ପାଇଥିଲେ କିନ୍ତୁ ଗାଁସାଥୀ ଙ୍କ ଚଞ୍ଚକତା ଯୋଗୁଁ ଶ୍ରମିକ ମାନେ ଆଜି ପର୍ଯ୍ୟନ୍ତ ତାଙ୍କର ପାରିଶ୍ରମିକ ପାଇଁ ପାରୁନାହାନ୍ତି ।
ଗାଁ ସାଥି ଶ୍ରମିକଙ୍କ ପାରିଶ୍ରମିକ ଟଙ୍କା କୁ ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଶ୍ରମିକ ମାନେ ଏନେଇ ତାଙ୍କ ପାରିଶ୍ରମିକ ମିଳିବା ଓ ଗାଁ ସାଥି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବହିସ୍କାର କରିବାକୁ ଶ୍ରମିକ ମାନେ କରିଛନ୍ତି । କୋଶଳ ଯୁବ ସମ୍ବନିୟ ସମିତି ତରଫରୁ ମନେରେଗା ଯୋଜନାରେ ହୋଇଥିବା ଘୋଟାଲ କୁ ବିହିତ ପଦକ୍ଷେପ ନେବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖପ୍ରାଖୋଲ ବ୍ଳକ ରେ ନୂତନ ଭାବେ ଯୋଗଦାନ କରି ଥିବା
ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତ ସାହୁ ଙ୍କୁ ଜିଲ୍ଲା ପାଳ ଙ୍କ ଉଦ୍ଦେଶ୍ୟରେ ଭାନପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ବାରିକ ଙ୍କ ସ୍ବାକ୍ଷର ଥିବା ଏକ ଦାବି ପତ୍ର ପ୍ରଦାନ କରିଥିଲେ । କୋଶଳ ଯୁବ ସମ୍ବନିୟ ସମିତି ସଂପାଦକ ଅଚ୍ୟୁତ ସିପୁନ ଖମାରି, ସଭାପତି ବନମାଳୀ ନାଏକ , ଗିରିଧାରୀ ଭୋଇ ,ବିଶ୍ଵଜିତ ପ୍ରଧାନ , ଧର୍ମରାଜ ବରିହା , ରାଜୀବ ବରିହା , ବସୁଦେବ ନାଏକ ,କର୍ତ୍ତି ବରିହା ପ୍ରମୁଖ ଙ୍କ ସମେତ ଗ୍ରାମ ବାସୀ ଉପସ୍ଥିତ ଥିଲେ । ( ଗୋରେଖନାଥ ବରିହା )
No Result
View All Result