No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁନ୍ ଶନିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡର ଅଣଜଳସେଚିତ ଅଞ୍ଚଳ ଗୁଡିକ ରେ ଚାଷୀ ଙ୍କ ଚାଷ କାମ ପାଇଁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ରହିଛି । ମୈ।ଷମୀ ରେ ପ୍ରବାହ ରେ ବର୍ତମାନ ବର୍ଷା ଋତୁରେ ଚାଷ କାମ ଆରମ୍ଭ କରିଦେଲେଣି । ବେଳେ ବେଳେ ସ୍ବଳ୍ପ ବର୍ଷା କାରଣରୁ କେତେକ ଜମିରେ ଚାଷ କାମ ପାଇଁ ପାଣି ମାଡି ପାରୁନଥିବାରୁ କ୍ରସ ବନ୍ଧ ନିର୍ମାଣ ନିତାନ୍ତ ଆବଶ୍ୟକ ବୋଲି ମତପ୍ରକାଶ ପାଇଛି । ଏବଂ କ୍ରସ ବନ୍ଧ ସାହାଯ୍ୟରେ ଚାଷ ଜମି କୁ ପାଣି ମାଡି ପାରିବ ବୋଲି ଚାଷୀ ମାନେ ପ୍ରକାଶ କରିଛନ୍ତି । ଗୋଟିଏ ଚାଷ ପାଇଁ ମଧ୍ୟ ପାଣି ସୁବିଧା ବ୍ୟବହାର କରାଯାଇ ଫସଳ ବଞ୍ଚାଇପାରବ ।
ଅନ୍ୟ ପକ୍ଷରେ ବର୍ଷା ଗଲାପରେ ମଧ୍ୟ ବିଭିନ୍ନ ପ୍ରକଳ୍ପ ରୁ ଅଯଥାରେ ପାଣି ବୋହି ନଯିବା ଦିଗରେ ବିଶେଷ ଗୁରୁତ୍ବ ଦିଆଗଲେ ଆଗାମୀ ଦିନରେ ସୁରକ୍ଷା ମିଳିବ । ଉପଖଣ୍ଡ ରେ ଅନେକ ନଦୀ ,ନାଳା ଯୋର ଆଦି ଗୁଡ଼ିକ ରହିଛି ହେଲେ କେତେକ ସ୍ଥାନରେ ଉକ୍ତ ନଦୀ, ଛୋଟ ଛୋଟ ନାଳା ଯୋର ଉପରେ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ ହେଉଛି ।
ପ୍ରକଳ୍ପର ପାଣି ଅଯଥାରେ ବୋହି ଯାଉଥିବା ବେଳେ ନଦୀ , ନାଳା ଗୁଡ଼ିକ ବିଭିନ୍ନ ସ୍ଥାନରେ କ୍ରସ ବନ୍ଧ ମାନ କରାଯାଇ ବର୍ତ୍ତମାନ ର ଫସଲ ବଞ୍ଚାଯାଇ ପାରିବା ସଂଙ୍ଗେ ସଂଙ୍ଗେ ଏହା ଆଗାମୀ ରବି ଋତୁରେ ରବିଚାଷ କୁ ମଧ୍ୟ ସହାୟକ ହେବ ତଥା ଗାଈଗୋରୁ ଙ୍କ ପିଇବା ପାଣି ସମସ୍ୟା ଦୂର ହେବା ସାଙ୍ଗକୁ ଅନ୍ୟାନ୍ୟ କାମରେ ମଧ୍ୟ ଆସିବ । ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ସ୍ଥଳେ କ୍ରସ ବନ୍ଧ ନିର୍ମାଣ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । (ପାଟଣାଗଡ଼/ ଗୋରେଖନାଥ ବରିହା)
No Result
View All Result