No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ହିଞ୍ଜିଳିକାଟୁ :- କୋଭିଡ ମହାମାରୀ ସଂକ୍ରମଣର ମୁକାବିଲା ସକାଶେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ।ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ବ୍ୟାପକ କରି ପ୍ରତ୍ୟେକଙ୍କ ଅମୂଲ୍ୟ ଜୀବନ ସୁରକ୍ଷା ଦିଗରେ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ସହର ଠାରୁ ପଞ୍ଚାୟତ ଯାଏଁ ସବୁ ସ୍ତରରେ ସବୁଠାରେ ଆରମ୍ଭ ହୋଇଛି ଟୀକାକରଣ ପାଇଁ ସଚେତନତା ଓ ବ୍ୟାପକ ବ୍ୟବସ୍ଥା । ଦ୍ଵିତୀୟ ଲହର ଦାଉରୁ ଗ୍ରାମବାସୀ ଯେଭଳି ସୁରକ୍ଷିତ ରହିବେ ସେଥିପ୍ରତି ହିଞ୍ଜିଳି ବ୍ଳକ ପ୍ରଶାସନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି । ହିଞ୍ଜିଳି ବ୍ଳକର ଯୁବ ତଥା କର୍ତ୍ତବ୍ୟନିଷ୍ଠ ବିଡିଓ ସୁବ୍ରତ କୁମାର ଜେନା ପ୍ରଶାସନର ନିର୍ଦ୍ଦେଶକୁ ଗୁରୁତ୍ୱ ପ୍ରଦାନ କରି ପ୍ରତି ପଞ୍ଚାୟତରେ ଟୀକାକରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇଛନ୍ତି ।
ସମ୍ପ୍ରତି ସ୍ଥାନୀୟ ବ୍ଳକର ପ୍ରତି ପଞ୍ଚାୟତରେ ଅନୁଷ୍ଠିତ ହେଉଛି ଟୀକାକରଣ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବ୍ଳକ ଖରିଡା ପଞ୍ଚାୟତ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନ ରେ ଗିରିଆ ନାରାୟଣ ପୁର ଗ୍ରାମରେ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମର ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ୧୦୦ ଜଣ ବ୍ୟକ୍ତିଙ୍କୁ ଟୀକା ପ୍ରଦାନ କରାଯାଇଛି । କରୋନା ଟୀକା ନେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି । ସରପଞ୍ଚ ରଘୁନାଥ ବେହେରା,ସଭ୍ୟା ରାଣୀ ପ୍ରଧାନ,ସ୍ୱାସ୍ଥ୍ୟ କର୍ମଚାର ହରିହର ଚୌଧୁରୀ,ଏଏନଏମ ଦେବକୀ ସାନବାଇ,ଜି ଆରଏସ ଶ୍ରୀକାନ୍ତ ପଣ୍ଡା,ବିଏଫଟି ବୃନ୍ଦାବନ ଗୌଡ଼,ମନୋଜ କୁମାର ପ୍ରଧାନ, କୋଭିଡ ମନିଟର, ଆଶା କର୍ମୀ ଓ ଅଙ୍ଗନବାଡି ଦିଦି ପ୍ରମୁଖ ସହଯୋଗ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result