No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର ) ବାଙ୍କୀ :- ଓଡ଼ିଶାର ଅଗ୍ରଣୀ ସାମାଜିକ ଯୁବ ଅନୁଷ୍ଠାନ ୟୁଥ ଫର ଆକ୍ସନ କଳାପଥର ପକ୍ଷରୁ ବାଙ୍କୀ ବ୍ଲକ କଳାପଥର ଠାରେ ଆଜି କରୋନା ସଚେତନତା ଓ ମାକ୍ସ ବଣ୍ଟନ କୋଭିଡ ନିୟମ ରେ ବଣ୍ଟା ଯାଇଛି । ମହାମାରୀ କରୋନା ର ଦ୍ଵିତୀୟ ଲହର ସାଧାରଣତଃ ସମସ୍ତ ଜନସାଧାରଣ ଙ୍କୁ ଭୟବିତ କରେଇଛି ବହୁତ ମୂଲ୍ୟବାନ ଜୀବନ ଚାଲି ଯାଇଛି ଏପରି ଘଡ଼ିସନ୍ଧି ସମୟରେ ୟୁଥ ଫର ଆକ୍ସନ ପକ୍ଷରୁ କୋଅର୍ଡିନେଟର ବିଶ୍ୱଜିତ ବିଶ୍ୱାଳ ଲୋକ ମାନଙ୍କୁ କରୋନା ସମ୍ପର୍କରେ ସଚେତନା କରାଇଥିଲେ ।

ମାକ୍ସ ପିନ୍ଧିବା ,ଶାରୀରିକ ଦୂରତା ରକ୍ଷା କରିବା ,ବାରମ୍ବାର ହାତ ଧୋଇବା ସମ୍ପର୍କରେ ସମସ୍ତଙ୍କୁ ବୁଝେଇବା ସହ ଘରେ ରହିବା ବାହାରକୁ ନବାହାରିବା ପାଇଁ କହିଥିଲେ ଯଦି ଅତି ଆବଶ୍ୟକ ପଡେ ତେବେ ମାକ୍ସ ପିନ୍ଧି ବାହାରକୁ ବାହାରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଅନୁଷ୍ଠାନର ସଭ୍ୟ ପ୍ରମୋଦ କୁମାର ସାହୁ,ରାଜେଶ କୁମାର ସାହୁ,ସୂଯ୍ୟ ନାରାୟଣ ଗୁରୁ,ସୋମ୍ୟ ରଞ୍ଜନ ସାହୁ,ଚନ୍ଦନ ଜେନା,ଶୁଭମ କୁମାର ଚୌଧୁରୀ,ସୁକାନ୍ତ ମହାପାତ୍ର ଉପସ୍ଥିତ ରହି ଜନସାଧାରଣ ,ବାଟୋଇ ଓ ପଥଚାରୀଙ୍କ ମାକ୍ସ ଓ ସାନିଟାଇଜର ବଣ୍ଟନ କରି ଥିଲେ ।(ରିପୋର୍ଟ :ଗୌତମ ମିଶ୍ର )
No Result
View All Result