No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଜୁନ୍ ବୁଧବାର ) ହିଞ୍ଜିଳିକାଟୁ :- ଗତ କିଛି ଦିନ ଧରି ହିଞ୍ଜିଳି ଥାନାର ବିଭିନ୍ନ ଅଂଚଳେୀ ପୁଣି ଥରେ ଜୁଆ ଆଡ୍ଡା ମାନ ଗଢି ଉଠିଥିବା ଦେଖିବାକୁ ମିଳିଛି । କିଛି ଜୁଆ ଆଡ୍ଡା ଉପରେ ସ୍ଥାନୀୟ ପୁଲିସ ପ୍ରଶାସନ ଅର୍ତକିତ ଚଢାଉ କରି ଜୁଆଡ଼ି ମାନଙ୍କୁ ଗିରଫ କରିବାରେ ସକ୍ଷମ ହେଉଥିବା ବେଳେ କିଛି ଜୁଆଡ଼ି ପୁଲିସ ନଜରରୁ ବର୍ତିବା ପାଇଁ ଗ୍ରାମ୍ୟ ଜଙ୍ଗଲ ଓ ତୋଟାରେ ଜୁଆ ଆଡ୍ଡା ଜମାଉଥିବାର ଜଣାପଡ଼ିଛି । ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଥାନା ଦୁର୍ବନ୍ଧ ଗ୍ରାମରେ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ହିଞ୍ଜିଳି ପୁଲିସ କୌଣସି ସୁତ୍ରରୁ ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ତତ୍ୱାବଧାନରେ ପୁଲିସ ବାହିନୀ ସଂପୃକ୍ତ ଗ୍ରାମରେ ପଂହଚି ଅର୍ତକିତ ଚଢାଉ କରିଥିଲେ । ଚଢାଉ ବେଳେ ୪ ଜଣ ଜୁଆଡ଼ିଙ୍କୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ
ନିକଟରୁ ୫ ହଜାର ୫ଶହ ୭୦ଟଙ୍କା ଜବତ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ କିଛି ଜୁଆଡ଼ି ପୁଲିସ ଆଖିରେ ଧୁଳିଛାଟି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଗିରଫ ଜୁଆଡ଼ି ମାନେ ସଂପୃକ୍ତ ଗ୍ରାମର କାମରାଜୁ ସାହୁ, ଶଙ୍କର ସେଠି, କେଦାର ରାଉଳ, ବାଉରି ସେଠି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୧୬/୨୧ରେ ଏକ ମାମଲା ରୁଜୁ କରି ଗିରଫ ଜୁଆଡ଼ିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି । ଚଢାଉରେ ହିଞ୍ଜିଳି ଥାନା ଏସଆଇ ବାସୁଦେବ ଭୋଇ, ଗୋପାଳକୃଷ୍ଣ ଆଗୁପାତ୍ର, ଏଏସଆଇ ରାଜନ ବିଷୋୟୀ, ପ୍ରକାଶ ବେହେରା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଥାନା ଇଲାକାରୁ ଚୋରା ମଦ କାରବାର, ଜୁଆ ଆଡ୍ଡା ଓ ବିଭିନ୍ନ ବେଆନ କାର୍ଯ୍ୟ ପ୍ରତି ଦୃଷ୍ଟି ପ୍ରଦାନ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result