No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ବାଙ୍କୀ :- ଆଜି ଡମପଡା ବ୍ଲକ ବ୍ରହ୍ମପୁରା ତିଅର ସାହି ରେ ତିଅର ସାହି ଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ କୁ ବ୍ରହ୍ମପୁରା ସରପଞ୍ଚ ସଞ୍ଜୟ କୁମାର ସାହୁ କୋଭିଡ କଟକଣା ରେ ଉଦଘାଟନ କରିଥିଲେ।ଗାଁ କଲ୍ୟାଣ ସମିତି ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ତତ୍ୱାବଧାନ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଆଶା , ଅଙ୍ଗନବାଡ଼ି କର୍ମୀ ଓ ସମିତି ର ସଭ୍ୟ ସଭ୍ୟା ଗ୍ରାମ ର ଲୋକଙ୍କୁ କରୋନା ସମ୍ପର୍କରେ ବହୁ ସଚେତନ ବାର୍ତା ପ୍ରଦାନ କରି ଥିଲେ।
କରୋନା ର ଦ୍ଵିତୀୟ ଲହର କୁ ଅତିକ୍ରମ କରି ଆମେ କିପରି ବିଜୟ ଲାଭ କରି କରୋନା କୁ ହରେଇବା ତାହା ଆଶା କର୍ମୀ ଲଷ୍ମୀ ପ୍ରିୟା ଗୁରୁ,ବାସଲତା ଦାସ, ସହୟକା ସାବିତ୍ରୀ ବେହେରା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ପ୍ରଦୀପ ନାୟକ ଗ୍ରାମ ବାସୀ ଙ୍କୁ ବୁଝିବା ସହ କିପରି ମାକ୍ସ ପିନ୍ଧିବ,କିପରି ବାରମ୍ବାର ହାତ ସଫା କରିବ ଓ କିପରି ଶାରୀରିକ ଦୂରତା ରକ୍ଷା କରିବ ସେ ସମ୍ପର୍କରେ ନିଜେ କରି ଗ୍ରାମ ବାସୀ ଙ୍କୁ ଶିଖାଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସଭ୍ୟ ଅମର ଗୁରୁ ,ମଞ୍ଜୁ ଲତା ବେହେରା,ରିତା ପଳେଇ,ରେଖା ବେହେରା, ସହଯୋଗୀ ବନ୍ଧୁ ଜିତେନ ସାହୁ,ଜଗନ୍ନାଥ ବେହେରା ଯୋଗ ଦେଇଥିଲେ।ତିଅର ସାହି ଗାଁ କଲ୍ୟାଣ ସମିତି ପକ୍ଷରୁ ଗ୍ରାମ ରେ କରୋନା ସଚେତନତା ରଥ ବୁଲି ଗ୍ରାମ ବାସୀ ଙ୍କୁ ମାକ୍ସ ପିନ୍ଧିବା , ବାରମ୍ବାର ସାବୁନ ରେ ହାତ ଧୋଇବା ଓ ଶାରୀରିକ ଦୂରତା ରକ୍ଷା କରିବା ପାଇଁ ପଣ କରୁଥିବା ଦେଖିବାକୁ ମିଳିଛି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result