No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) କୋରାଇ :- ରଜସଂକ୍ରାନ୍ତି ଅବସରରେ ଲକ୍ଷ୍ମୀନଗର ପଂଚାୟତ ଅନ୍ତର୍ଗତ ତାରାପୁର ସ୍ଥିତ ମା’ହିଙ୍ଗୁଳା ଆଂଚଳିକ ନିତି କମିଟର ବାର୍ଷିକୋତ୍ସବ ନିରାଡମ୍ବରଭାବେ ପାଳିତ ହୋଇଯାଇଛି । ପ୍ରତିବର୍ଷ ରଜ ସଂକ୍ରାନ୍ତି ବା’ ମଝି ରଜରେ କମିଟ ପକ୍ଷରୁ ବାର୍ଷିକ ଉତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥାଏ । ଏହି ଦିନ ମା’ହିଙ୍ଗୁଳା ନିକଟରେ ସମସ୍ତ ସଭ୍ୟ ଉପସ୍ଥିତ ରହି ପୂଜାପାଠ ହେବା ସହ ମା’ଙ୍କ ନିକଟରେ ନିତି ଲାଗି ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ ।
କିନ୍ତୁ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନାର ପ୍ରଭାବ ଲାଗି ତାଲାବାନ୍ଦ ହେତୁ କମିଟିର ଅଳ୍ପକିଛି ସଦସ୍ୟଙ୍କୁ ନେଇ କେବଳ ମା’ଙ୍କ ନିକଟରେ ପୂଜା କରାଯାଇଛି । ସଭ୍ୟମାନେ ମା’ଙ୍କ ପୂଜା ସମୟରେ ଉପସ୍ଥିତ ରହି ସମଗ୍ର ବିଶ୍ୱକୁ କରୋନା ମୁକ୍ତିପାଇଁ କାମନା କରିଥିଲେ ।
କମିଟିର ଆବାହକ ଅଶୋକ ରଥ, ସଭାପତି ପ୍ରତାରୁଦ୍ର ପାଢୀ, ଉପସଭାପତି ପ୍ରଫୁଲ୍ଲ ସାହୁ ଓ ରମାକାନ୍ତ ବେହେରା, ସଂପାଦକ ନରୋତମ ଜେନା, ଯୁଗ୍ମସଂପାଦକ ମଦନମୋହନ ବେହେରା, କୋଷାଧ୍ୟକ୍ଷ ପ୍ରଦୀପ୍ତ ବିଶ୍ୱାଳ, ସଭ୍ୟ ପୂ ଣ୍ଣ ର୍ଚନ୍ଦ୍ର ପାଢୀ, କୀର୍ତନ ବିହାରୀ ସାହୁ, ଆନନ୍ଦ ଚନ୍ଦ୍ର ସାହୁ, ଗିରିଧାରୀ ସାହୁ, ବଟକୃ୩⁄୪ ସାହୁ, ସୁଦାମଚରଣ ସାହୁ, ଅଶୋକ ସାହୁଙ୍କ ସମେତ ହିଙ୍ଗୁଳା କମିଟିର ସଂପାଦକ ନନ୍ଦକିଶୋର ସାହୁ ଓ ପୂଜକ ଶରତ ପାଢୀ ଉପସ୍ଥିତ ଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result