No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଳକର ପେଟାପାଙ୍ଗା ପଞ୍ଚାୟତର ବାଗାରାମା ଗ୍ରାମର ସଞ୍ଜୟ କୁମାର ପ୍ରଧାନ (୩୫) ଜମ୍ମୁ-କାଶ୍ମୀର ର କୁପୁଆଡ଼ା ଜିଲ୍ଲାର କିନ୍ନଗାଁର ଭାରତ-ପାକିସ୍ତାନ ସୀମା ରେ ସୁଉଚ୍ଚ ପର୍ବତ ଉପରେ ପାଟ୍ରୋଲିଂ କରୁଥିବା ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ଶ୍ଵାସ ରୁଦ୍ଧ ହୋଇ ହୃଦଘାତରେ ରବିବାର ମୃତ୍ୟୁ ବରଣ କରିଛନ୍ତି l ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ବାଗାରାମା ଗ୍ରାମରେ ଶୋକର ଛାୟା ଖେଳିବା ସହ କାନ୍ଦ ବୋବାଳି ରେ ପ୍ରକମ୍ପିତ ହୋଇ ଉଠିଥିଲା l

ସଙ୍ଗେ ସଙ୍ଗେ ଗାଁର ଜବାନ ପୁଅ ସଞ୍ଜୟଙ୍କ ମର ଶରୀରକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ ଗ୍ରାମବାସୀ। ମଙ୍ଗଳବାର ସକାଳେ ସଞ୍ଜୟଙ୍କ ମର ଶରୀର ନିଜ ଜନ୍ମମାଟି ବାଗାରାମା ଗ୍ରାମରେ ପହଂଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ ଅନର ଦେଇ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପୂର୍ଣ୍ଣ କରାଯାଇଛି । ପ୍ରକାଶ ଯେ, ସଞ୍ଜୟ ପ୍ରଥମେ ୨୦୦୭ ମସିହା ରେ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ।

ସେ ପ୍ରାଥମିକ ସ୍କୁଲ ନିଜ ଗାଁ, ରାଇକିଆ ବ୍ଲକ ର ପେଟାପାଙ୍ଗା ପଞ୍ଚାୟତର ଆଡାସକୁପାର ବାଗାରାମା ସ୍କୁଲ ରେ ପାଠ ପଢି, ପଞ୍ଚାୟତ ହାଇସ୍କୁଲ ଗାରେଡ଼ିଙ୍ଗିଆରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ୨୦୦୭ ଭାରତୀୟ ସେନବାହିନୀରେ ଯୋଗଦେଇଥିଲେ। ବାପା ପରମେଶ୍ଵର ପ୍ରଧାନ ମା ଜୁଲିମା ପ୍ରଧାନ ଙ୍କ ୪ଜଣ ପୁଅଙ୍କ ମଧ୍ୟରୁ ସଂଜୟ ହେଉଛନ୍ତି ଦ୍ୱିତୀୟ ପୁତ୍ର, ବିବାହ ର ୯ ବର୍ଷ ଓ ତାଙ୍କର ୮ ବର୍ଷ ର ଗୋଟିଏ ପୁଅ ସୌମଜିତ ପ୍ରଧାନ ଅଛନ୍ତି l ସଞ୍ଜୟ ଗାଁରେ ସେ ସମସ୍ତ ଙ୍କ ସହ ମେଳାପି ଥିଲେ l

ଗାଁ କୁ ଆସିବାର ମାସକ ପରେ ଅର୍ଥାତ ମଇ ମାସ ୨୯ ତାରିଖରେ ନୟାଗଡ ରେ କାର୍ଯ୍ୟରତ ନିଜ ଶିକ୍ଷୟତ୍ରୀ ସ୍ତ୍ରୀ ଜିନିତାଙ୍କ ପାଖକୁ ଯାଇଥିଲେ l ପୁଣି ଭୁବନେଶ୍ବର ରୁ ଜୁନ ୧ତାରିଖ ଦିନ ଫ୍ଲାଇଟ ଯୋଗ ଜମ୍ମୁ କାଶ୍ମୀର ଯାଇଥିଲେ l ସଞ୍ଜୟଙ୍କ ପରିବାର ଲୋକେ ରବିବାର ଜୁନ ୧୩ତାରିଖ ରବିବାର ଦିନ ୧୨ ଟା ବେଳେ ଜାଣିବାକୁ ପାଇଲେ ତାଙ୍କ ପୁଅ ଜମ୍ମୁ କାଶ୍ମୀରରେ ଡ୍ୟୁଟି କଲା ବେଳେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି l (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)

No Result
View All Result