No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପୀଠ ସ୍ଥିତ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ରେ ଆଜି ଜ୍ୟୋଷ୍ଠ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଓ ମିଥୁନ ସଂକ୍ରାନ୍ତି ରେ ଶିବ ବିବାହ ମହୋତ୍ସବ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର ପୀଠ ପାପନାଶିନୀ ଝରଣା ରୁ ପାଣି ଆଣି ପୂର୍ଣ୍ଣ କଳଶ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । କରୋନା କଟକଣା ଯୋଗୁଁ ଅତି କମ୍ ସଂଖ୍ୟା ରେ ସର୍ବ ଭାରତୀୟ ବିଝାଂଲ ସମାଜ ର ଜାତି ବନ୍ଧୁ ଯୋଗ ଦେଇଥିଲେ ।
ହରିଶଙ୍କର ବାବା ଙ୍କ ସହ ଜଗତ ଜନନୀ ମାଁ ବିନ୍ଧ୍ୟ ବାସିନୀ ଙ୍କ ପୂଜାର୍ଚ୍ଚନା ସହ ବିବାହ ବନ୍ଦାପନା ,ଓ ହୋମ କାର୍ଯ୍ୟ ସମାପନ ହୋଇଥିଲା । ହରିଶଙ୍କର ମନ୍ଦିର ପୂଜକ ସୁଦାମ ପାଣିଗ୍ରାହୀ ଓ ମାଁ ବିନ୍ଧ୍ୟ ବାସିନୀ ମନ୍ଦିର ପୂଜକ ଟଙ୍କଧର ବରିହା ପୂଜାର୍ଚ୍ଚନା କରିଥିବା ବେଳେ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା ଓ ତାଙ୍କ ଧର୍ମପତ୍ନୀ କଲାବତୀ ବରିହା ଦେବ କନ୍ୟା ମାଁ ବିନ୍ଧ୍ୟ ବାସିନୀ ଙ୍କ ପିତା ମାତା ସହ ଯଜ୍ଞ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ ।

ଏହି ନିରାଡମ୍ବର ଶିବବିବାହ ମହୋତ୍ସବ ର ବ୍ଳକ କମିଟି କର୍ମ କର୍ତ୍ତା ଶିକ୍ଷାବିତ କୁଶଳ ବରିହା , ହୃଷିକେଶ ବରିହା , କେଶବ ବରିହା ,ନାନ୍ଧୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା ଙ୍କ ସହ ଅନ୍ୟ ସଦସ୍ୟ ଯୋଗଦେଇ ଥିଲେ । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ମଧ୍ୟ ଉପସ୍ଥିତ ଥିଲେ । (ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result