No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜୁନ ମଙ୍ଗଳବାର) ବାଙ୍କୀ :- ଓଡ଼ିଶାର ଗଣ ପର୍ବ ରଜ ଏହି ପରବ ଟିକୁ କୃଷକ ଓ କୁମାରୀ ଝିଅ ମାନେ ଆନନ୍ଦ ଉଲ୍ଲାସ ରେ ୪ ଦିନ ପାଳନ କରିଥାନ୍ତି । ଏହି ପର୍ବଟିକୁ ଓଡ଼ିଶାର ଲୋକେ ବହୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି । କୁଆଁରୀ ଝିଅ ମାନଙ୍କ ପାଇଁ ରଜଟି ବିଶେଷ ପର୍ବ । ଓଡ଼ିଶାର ପ୍ରତ୍ୟେକ ଗାଁ ଗଣ୍ଡା ଘରେ ଘରେ ପାଳିତ ହୁଏ ରଜ ପର୍ବ । ରଜ ରେ ରଜ କୁଆଁରୀ ମାନେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି ମିଠା ,ପିଠାପଣା , ପାନ ଖିଲ ରେ ଝୁମି ଉଠେ ଗାଁ ଦାଣ୍ଡ । ଏହି ପର୍ବ ଚାରି ଦିନ ଲାଗି ରୁହେ । ପ୍ରଥମ ଦିନ ପହିଲି ରଜ , ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି , ତୃତୀୟ ଦିନ ଭୂମି ଦହନ , ଚତୁର୍ଥ ଦିନ ମହାଲକ୍ଷ୍ମୀ ବୁଡ଼ ପାଳନ କରାଯାଏ । ପହିଲି ରଜରେ ଝିଅ ବୋହୁ ଅଳତା , ସିନ୍ଦୁର , କୁକୁମ , କଜଳ , ଗଭାରେ ଗଜରା ନାନା ରଙ୍ଗ ବେରଙ୍ଗରେ ବଉଳବେଣୀ ସଜାଇ ନୂଆ ନୂଆ ବସ୍ତ୍ର ପିନ୍ଧି ଗାଁ ଦାଣ୍ଡ ବୁଲି ବୁଲି ପିଠା ପଣା ଖାଇଥାନ୍ତି ।

କୁଆଁରୀ ଝିଅ ମାନେ ମିଳି ମିଶି ଲୁଡୁ , ପୁଚି , କଉଡ଼ି ଖେଳ ଖେଳିବା ସହ ଦୋଳି ଖେଳ ର ଆନନ୍ଦ ଉଠାଇଥାନ୍ତି । ନାଚ , ଗୀତ ରେ ଝୁମି ଉଠନ୍ତି ଝିଅ ମାନେ । ଏହି ଦିନ ଗୁଡିକରେ ଦୋଳି ଖେଳ କୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏହାସହ ଦୋଳି ଖେଳ ର ବୈଜ୍ଞାନସମ୍ମତ କାରଣ ମଧ୍ୟ ରହିଅଛି ।ଖାଲି ଝିଅ ଓ ବୋହୂ ନୁହନ୍ତି ଗାଁ ଗଣ୍ଡା ର ପୁରୁଷ ମାନେ ତାସ ,କବାଡି , ଖୋ ଖୋ , ପସାପାଲି ଖେଳ ସହିତ ଭୋଜି ଭାତର ଆସର ରେ ମସଗୁଲ ହୋଇଥାନ୍ତି । ଏହାପରେ ରଜର ଦ୍ଵିତୀୟ ଦିନ ରଜ ସଂକ୍ରାନ୍ତି ପାଳନ କରିଥାନ୍ତି । ତୃତୀୟ ଦିନ ଭୂମି ଦହନ ରେ କୁଆଁରୀ ଝିଅ ମାନେ ମାଟି କୁ ସ୍ପର୍ଶ ନକରି କଦଳୀ ପାଟୁଆ ପାଦରେ ବାନ୍ଧି ଚାଲିବାର ପରମ୍ପରା ରହି ଆସୁଛି । ସେହିଦିନ ମାନଙ୍କ ରେ ମୂର୍ତ୍ତିକା କୁ ପୀଡ଼ା ନଦେଇ ଚାଷ କାର୍ଯ୍ୟ କରିବା ଅବା ଭୂମି କୁ ଖୋଦନ କରିବା ପାଇଁ ବାରଣ କରାଯାଇଥାଏ । ଚତୁର୍ଥ ଦିନ ମହାଲକ୍ଷ୍ମୀ ବୁଡ଼ ରେ ଚାରି ଦିନ ଧରି ରାଜସ୍ଫଳା ଦେବୀ ଙ୍କୁ ଶୁଚିମନ୍ତ କରାଯାଇ ଫୁଲ ,ଧୂପ ,ଦୀପ , ଭୋଗ ଅର୍ପଣ କରାଯାଇଥାଏ ।

ଓଡ଼ିଶାର ରଜ ପର୍ବ ଅତ୍ୟନ୍ତ ଉତ୍କଣ୍ଠାପୂର୍ଣ୍ଣ ଓ ଝିଅ ବୋହୂ ମାନଙ୍କ ପାଇଁ ବିଶେଷ ପର୍ବ ହୋଇଥାଏ । ଆଗ କାଳରେ ରାଜସ୍ୱଳା କୁଆଁରୀ ଝିଅ ମାନଙ୍କୁ ୪ ଦିନ ପାଇଁ କୋୖଣସି କାମ କରିବାକୁ ଦିଆଯାଉନଥିଲା ଏବଂ ଫଳ ମୂଳ , ପୃଷ୍ଟିକର ଖାଦ୍ୟ ଇତ୍ୟାଦି ଦିଆଯାଉଥିଲା । ସେହିଭଳି ସର୍ବ ପୂଜ୍ୟା ରାଜସ୍ୱଳା ଦେବୀଙ୍କର ଏହି ୪ ଦିନ କୁ ରଜ ପର୍ବ ଭାବେ ପାଳନ କରାଯାଏ । କେତେକ ରାଜ୍ୟରେ ଏହାର ବିଶେଷତା ନଥିଲେ ମଧ୍ୟ କୃଷକ ମାନଙ୍କ ପାଇଁ ଏକ ବିଶେଷ ପର୍ବ ଭାବେ ପରିଗଣିତ ହୋଇଥାଏ । ଓଡ଼ିଶାର ସୌନ୍ଦର୍ଯ୍ୟ ଓଡ଼ିଶାର ପର୍ବ ପର୍ବାଣୀ ହୋଇ ଫୁଟି ଆସିଲା ଭଳି ରଜ ଏକ ଭିନ୍ନ ଓ କୃଷି ରୋଚକ ପର୍ବ ଅଟେ । କରୋନା ମହାମାରୀ ସମୟରେ କରୋନା କଟକଣା ନିୟମରେ ଛପି ଗଲାଣି ରଜ ପର୍ବ ଓଡ଼ିଶାରେ । ବାଙ୍କୀ ରେ କୋଭିଡ ନିୟମ ଅନୁଯାଇ ଗତବର୍ଷ ପରି ଚଳିତ ବର୍ଷ କେବଳ ବିଧିରେ ଆଜି ରଜ ପର୍ବ ଆରମ୍ଭ ହୋଇଛି ଝିଅ ମାନେ ନୂଆ ଲୁଗା ପିନ୍ଧି ବିଧି ଅନୁଯାଇ ଘରେ ପିଠାପଣା କରି ରଜ ପାନ ଖାଇ ନିଜ ନିଜ ବାଡ଼ି ଓ ଘର ଅଗଣାରେ କୋଭିଡ ନିୟମ ମାନି ମାନେ ଗୁଣୁ ହୋଇ ରଜ ଗୀତ ଗାଈ ଦୋଳି ଖେଳୁଥିବା ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେବ ବାଙ୍କୀ ଋଚିକ ହାତ ରେ ରେ ଚାଲୁଥିବା ରଜ ମହୋତ୍ସବ କୋଭିଡ କଟକଣା ଯୋଗୁଁ ୨ ବର୍ଷ ହେବବନ୍ଦ ରହିଛି । (ରିପୋର୍ଟ : ଗୌତମ ମିଶ୍ର )
No Result
View All Result