No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଜୁନ୍ ,ରବିବାର ) ବାଙ୍କୀ :- ଡମପଡା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ରେ ବାଙ୍କୀ ର ଅଗ୍ରଣୀ ଯୁବ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଓ ଲାଲ ବାହାଦୁର ଯୁବ ଅନୁଷ୍ଠାନ କଲରାଆଣ୍ଟା ର ମିଳିତ ଅନୁକୂଲ୍ୟ ରେ କରୋନା ସଚେତନତା ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ଆଧ୍ୟାତ୍ମିକ ଗୁରୁ ବୁଲୁ ବାବା ପରିବେଶ ବନ୍ଦନା ଓ କରୋନା ମୁକ୍ତି ପାଇଁ ମନ୍ତ୍ର ଉଚ୍ଚାରଣ କରି ଉଦଘାଟନ କରି ଥିଲେ।ଆଦର୍ଶ ଯୁବ ପରିଷଦ ର ଆବାହକ ପକୃତିବନ୍ଧୁ ଅକ୍ଷୟ ସାମଲ ସ୍ୱଚ୍ଛତା ହିଁ ସୁସ୍ଥତା ବାର୍ତା ଯୁବବର୍ଗ ଙ୍କୁ ପ୍ରଦାନ କରି ଉକ୍ତ ଗ୍ରାମର ବିଭିନ୍ନ ସ୍ଥାନ ଓ ଶନି ମନ୍ଦିର କୁ ଯୁବସମାଜସେବୀ ଙ୍କ ସହ ସଫେଇ କରିଥିଲେ। ଗ୍ରାମ ରେ କରୋନା କିପରି ମୁକ୍ତ ହେବ ସେ ସମ୍ପର୍କରେ ସମସ୍ତ ଗ୍ରାମବାସୀ ଙ୍କୁ ଶ୍ରୀ ସାମଲ ବୁଝେଇଥିଲେ।

ଅନୁଷ୍ଠାନ ପକ୍ଷରୁ ଗ୍ରାମବାସୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା।ସମସ୍ତ ଗ୍ରାମ ବାସୀ ଙ୍କୁ ମାକ୍ସ ପିନ୍ଧବା ଓ ଶାରୀରିକ ଦୂରତା ରକ୍ଷା କରିବା ପାଇଁ ପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମ ସମାଜସେବୀ ପ୍ରକାଶ ପ୍ରଧାନ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ପକୃତି କବି ଲଲାଟେନ୍ଦୁ ପଣ୍ଡା,ଯୁବ ବନ୍ଧୁ ସତସଙ୍ଘ ପରିବାର ଅରପୁର ର ପ୍ରତିଷ୍ଠାତା ସୁବ୍ରତ କୁମାର ନାୟକ, ଗ୍ରାମ୍ୟ ମୁରବି ମହେଶ୍ବର ପ୍ରଧାନ ଙ୍କ ସହ କିଛି ଯୁବ ସମାଜସେବୀ କୋଭିଡ ନିୟମ ରେ ଯୋଗ ଦେଇ ଥିଲେ।ଅନୁଷ୍ଠାନ ପକ୍ଷରୁ ପରିବେଶ ସୁରକ୍ଷା ପାଇଁ ଉକ୍ତ ଗ୍ରାମ ରେ ବୃକ୍ଷ ରୋପଣ କରାଯାଇ ୨୦ରୁ ଉର୍ଦ୍ଧ୍ବ ଚାରା ବଣ୍ଟନ କରାଯାଇଥିଲା। ପରିଶେଷରେ ଗ୍ରାମର ୧୦ଜଣ ଯୁବ ସମାଜସେବୀ ଙ୍କୁ ଭାରତ ସରକାର ଙ୍କ ଅଗ୍ରଣୀ ଯୁବ ଅନୁଷ୍ଠାନ ନେହେରୁ ଯୁବ କେନ୍ଦ୍ର କଟକ ପକ୍ଷରୁ ସ୍ୱଚ୍ଛତା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । (ରିପୋର୍ଟ :ଗୌତମ ମିଶ୍ର)
No Result
View All Result