No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ଙ୍କ ଦ୍ଵାରା ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତ ହରିଜନଓ ଆଦିବାସୀ ସାହିପ୍ରଭାତ ନଗର ଓ ଲୋଧା ସାହି ରେ ବଣ୍ଟନ କରାଯାଇଥିଲା ।କରୋନା ସଂକ୍ରମଣ କୁ ରୋକ ଲଗେଇବା ପାଇଁ ରାଜ୍ୟ ସରକାର ତାଲା ବନ୍ଦ କରିଥିବା ବେଳେ ଆଦିବାସୀ ଓ ହରିଜନ ବ୍ୟକ୍ତି ନିଜ କାମ କୁ ନଯାଇ ଘରେ ଅଛନ୍ତି।ଆଜି ବିଧାୟକ ଶ୍ରୀ ତ୍ରିପାଠୀ ଉକ୍ତ ସାହି କୁ କୋଭିଡ କଟକଣା ରେ ଯାଇ ସେମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଇ ମାକ୍ସ ଓ ସାବୁନ ବଣ୍ଟନ କରିଥିଲେ।
ଏହା ପରେ ଉକ୍ତ ଦୁଇ ଗୋଟି ସାହି ର ୧୧୦ଜଣ ପରିବାର ଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକ୍ରମ କୁ ଓସ୍ତିଆ ସରପଞ୍ଚ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା ପରିଚଳନା କରିଥିଲେ।ଓସ୍ତିଆ ଯୁବବିଜେଡି ସଭାପତି ନଟବର ବେହେରା,ଛାତ୍ର ସଭାପତି ବିରଞ୍ଚି ନାରାୟଣ ପ୍ରଧାନ ,ପ୍ରଭାସ ଚୌଧୁରୀ ସହଯୋଗ କରିଥିଲେ।ପରିଶେଷରେ ବିଧାୟକ ଶ୍ରୀ ତ୍ରିପାଠୀ ସମସ୍ତ ଙ୍କୁ କରୋନା ନିୟମ ମାନି ମାକ୍ସ ପିନ୍ଧିବା,ଶାରୀରିକ ଦୂରତା ରକ୍ଷା କରିବା ବାରମ୍ବାର ହାତ ଧୋଇବା ର ପଣ କରାଇ ଥିଲେ। (ରିପୋର୍ଟ :ଗୌତମ ମିଶ୍ର)
No Result
View All Result