No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ବାଙ୍କୀ ବିଜେଡି କାର୍ଯ୍ୟାଳୟରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଙ୍କ ବିୟୋଗରେ କୋଭିଡ କଟକଣା ରେ ସ୍ୱଳ୍ପ ଦଳୀୟ କର୍ମୀ ଙ୍କ ମଧ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ବାଙ୍କୀ ର ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଯୋଗଦେଇ ବିଜୟଶ୍ରୀ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟାପର୍ଣ କରି ଉଦ୍ଘାଟନ କରିଥିଲେ।ଶ୍ରଦ୍ଧାଞ୍ଜଳି ସଭା କୁ ଡମପଡା ବ୍ଲକ ବିଜେଡି ସଭାପତି ଆର୍ତତ୍ରାଣ ସ୍ୱାଇଁ ସଭାପତିତ୍ୱ କରି ସ୍ବର୍ଗତ ରାଉତରାୟ ଙ୍କ ଗୁଣ ଗାନ କରିଥିଲେ।ମୁଖ୍ୟ ଅତିଥି ବିଧାୟକ ଶ୍ରୀ ତ୍ରିପାଠୀ ଗଭୀର ଶୋକ ପ୍ରକାଶ କରି କହିଥିଲେ ଏକଦା ବିଜୁ ବାବୁଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇସ୍ବର୍ଗତ ରାଉତରାୟ ସକ୍ରିୟ ରାଜନୀତି ଜନତା ଦଳରେ ରେ ଯୋଗଦେଇ ଥିଲେ ।ବିଜୁ ବାବୁ ଙ୍କ ବିୟୋଗ ପରେ ନବୀନ ପଟ୍ଟନାୟକ ଙ୍କ ସହ ମିଶି ବିଜୁ ଅନୁଗତ ଙ୍କୁ ଏକାଠି କରି ବିଜେଡି ଗଠନ କରିବାରେ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା ।ସ୍ବର୍ଗତ ରାଉତରାୟ ଓଡ଼ିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନୀଳମଣି ରାଉତରାୟ ଙ୍କ ପୁତ୍ର ।
ଅଣ କଂଗ୍ରସ ଓ ଅଣ ବିଜେପି ରାଜନୀତି ବିରୋଧ ରେ ଲଢେ଼ଇ କରି ବିଜେଡି ଦଳକୁ ବହୁବାର ନିଜ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରୁ ବିଜୟ ହୋଇ ବହୁବାର ଓଡ଼ିଶାର ବିଧାନସଭା ରେ ବିଭିନ୍ନ ବିଭାଗ ର ମନ୍ତ୍ରୀ ଥିଲେ ।ତାଙ୍କ ବିୟୋଗ ଦଳ ପାଇଁ ଗଭୀର ଆଘାତ ମା ଚର୍ଚ୍ଚିକା ତାଙ୍କ ଆତ୍ମା କୁ ଶାନ୍ତି ଓ ମୁକ୍ତି ପ୍ରଦାନ କରିବା ପାଇଁ ବିଧାୟକ ତ୍ରିପାଠୀ ପ୍ରାଥନା କରିଥିଲେ ।ଅନ୍ୟତମ ଅତିଥି ବିଜେଡିର ବରିଷ୍ଠ କର୍ମୀ ସମବାୟବିତ୍ତ ସୁବାସ ପାଢ଼ୀ ଯୋଗ ଦେଇ ସ୍ବର୍ଗତରାଉତରାୟ ଙ୍କ ସମ୍ପକରେ ବହୁ ଅଜଣା ସଫଳତା କଥା କହିଥିଲେ,ମନ୍ତ୍ରୀ ସମୟରେ ଓଡ଼ିଶାର ବହୁ ବିଭାଗ ର କିପରି ବିକାଶ କରିଥିଲେ ସେ ସମ୍ପର୍କରେ ମତପୋଷଣ କରିଥିଲେ ଓ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତତ୍ରିପାଠୀ ଙ୍କ ସହ ସ୍ବର୍ଗତ ରାଉତରାୟ ଙ୍କ ସମ୍ପର୍କ ଅତି ନିବିଡ଼ ଥିଲା ବାଙ୍କୀର ବିକାଶ ପାଇଁ କଣ କଣ ଯୋଜନା କରିଥିଲେ ତାହା ଶ୍ରୀ ପାଢ଼ୀ ପ୍ରକାଶ କରିଥିଲେ ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ସନାତନ ବେହେରା ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ତ୍ରିଲୋଚନ ରାଉତ ,ବରିଷ୍ଠ ବିଜେଡି କର୍ମୀ ସନ୍ତୋଷ ରଣା ,ସମରେନ୍ଦ୍ର ମହାପାତ୍ର ,ସୌମେନ୍ଦ୍ର ମିଶ୍ର ,ସନ୍ତୋଷ ମିଶ୍ର ,ଅସିତ ଜେନା ,ପ୍ରଦୀପ ପୃଷ୍ଟି ,ଭାଗିରଥି ବିଶ୍ୱାଳ ,ବ୍ରଜ ବଲ୍ଲବ କର ଙ୍କ ସମିତ କିଛି କର୍ମୀ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ରାଉତରାୟ ଗୁଣଗାନ କରି ଏକ ମିନିଟ ନିରବ ପ୍ରାଥନା କରିଥିଲେ ।କଟକ ଜିଲ୍ଲା ବିଜେଡି ଯୁବ ଉପସଭାପତି ରମାକାନ୍ତ ସେଠି ଧନ୍ୟବାଦ ଅର୍ପର୍ଣ କରିଥିଲେ। (ରିପୋର୍ଟ :ଗୌତମ ମିଶ୍ର)
No Result
View All Result