No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତରେ ଗତ ମାସ ୧୦/୦୫ ରାତିରେ ଚୋରା କିରୋସିନି ଚାଲାଣ ବେଳେ ଗ୍ରାମବାସୀ ଧରି ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ୧୨/୦୫ ରେ ଅଧିକାରୀ ଗ୍ରାମରେ ତଦନ୍ତ କରିଥିଲେ।ଏହା ମଧ୍ୟରେ ଏକ ମାସ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ । ଏହି ଖବର ପ୍ରସାରଣ ପରେ ଜିଲ୍ଲା ଯୋଗାଣ ଅଧିକାରୀ ଆନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ବ୍ଲକ ଯୋଗାଣ ନିରୀକ୍ଷକ ସଞ୍ଜୟ ମଳିକ ଘଟଣାର ତଦନ୍ତ ପାଇଁ ଗୋଟିଏ ମାସ ବିତାଇ ଚୁପ ରହିଥିଲେ । ପୁଣି ଖବର ପ୍ରସାରଣ ପରେ ବୁଧବାର ୯ ତାରିଖ ସମୟ ପ୍ରାୟ ୪ ସମୟରେ ଯୋଗାଣ ନିରୀକ୍ଷକ ପିଣ୍ଡିକି ପଂଚାୟତକୁ ତଦନ୍ତ ପାଇଁ ଗସ୍ତ କରିଥିଲେ ।
ସେଠାରେ ପୂର୍ବରୁ ଅଭିଯୋଗ କରିଥିବା ଧରଣୀଧର ବିଷୋୟୀ (ମିଟୁ ) ଉପସ୍ଥିତ ଥିଲେ । ଯୋଗାଣ ନିରୀକ୍ଷକଙ୍କୁ ପ୍ରଶ୍ନ କରିଥିଲେ ଗୋଟିଏ ମାସ ବିତିଗଲାଣି ଚୋରା କିରୋସିନିରେ ସମ୍ପୃକ୍ତ ଥିବା ତ୍ରିନାଥ ବେହେରାଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ? ଉକ୍ତ କଥାର ଉତ୍ତର ନ ରଖି ଶ୍ରୀ ବିଷୋୟୀଙ୍କୁ ଅଧିକାରୀ ଗଳା ଧକ୍କା ଦେଇ ଦୁର୍ବ୍ୟବହାର କରି ପଦାକୁ ଠେଲି ଦେଇଥିଲେ । ଯାହାଫଳରେ ଶ୍ରୀ ବିଷୋୟୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେଠାରୁ ସେ ଆସି ମୋହନା ମେଡିକାଲରେ ଚିକିତ୍ସା ହୋଇ ଫେରିଛନ୍ତି । ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । (ରିପୋର୍ଟ –ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result