No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ ଗୁରୁବାର ) ରାୟଗଡ଼ :- ଗଜପତି ଜିଲ୍ଲାର ରାୟଗଡ଼ ସଦର ମହକୁମା ଈଶ୍ୱର ମନ୍ଦିର ଠାରୁ ହାଣ୍ଡିଆ ସାହି ପର୍ଯ୍ୟନ୍ତ ଆଜି ସକାଳେ “କୋଭିଡ ସଚେତନତା ରଥ” କୁ ଗଜପତି ରାୟଗଡ଼ ବ୍ଲକ ପ୍ରଶାସନ ସ୍ବାଗତ କରିଥିଲେ l ଏହି ସଚେତନତା ରଥ ଏକ ସପ୍ତାହ ଧରି ଗଜପତି ଜିଲ୍ଳାର ବିଭିନ୍ନ ଅଞ୍ଚଳ ରେ ସଚେତନତାର ବାର୍ତାକୁ ପ୍ରଚାର କରି ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହାର ମୁଖ୍ୟ ଉଦ୍ଧେଶ୍ୟ l

କୋଭିଡ ସଚେତନତା ରଥ ଆଜି ୫ତାରିଖ ଦିନ ପାରଳାଖେମୁଣ୍ଡି ପୌରପରିଷଦ ଅଞ୍ଚଳରେ ପରିକ୍ରମା କରି କୋଭିଡ କୁ ନେଇ ସଚେତନତା ସୃଷ୍ଟି କରିଥିଲା ବଳକା ଅଞ୍ଚଳ ସମେତ ରାୟଗଡ଼ ବ୍ଲକ, ୧୦ତାରିଖ ଗୁରୁବାର ଦିନ ରାୟଗଡ଼ ଓ ନୂଆଗଡ ଓ ଆର ଉଦୟଗିରି ବ୍ଲକ ଏବଂ ୧୧ ତାରିଖ ଦିନ ମୋହନା ବ୍ଲକ ପରିକ୍ରମା କରି କୋଭିଡ ସଚେତନତା ପ୍ରଚାର କରି ଭୁବେଶ୍ବର ଫେରିଯିବ l

ବୋଲି ରାୟଗଡ଼ ବ୍ଲକ ର ପେଶା କୋଡ଼ିନେଟର ଶ୍ରୀଧର ଦାସ ସୂଚନା ଦେଇଛନ୍ତି l ଏହି କାର୍ଯ କ୍ରମକୁ , A ବି ଡି ଓ ବିତମ୍ବର୍ ବେହେରା , j e ଯାଭେଦ ଅଲି ଓ ପେଶା କୋଡି ନେଟର ଶ୍ରୀଧର ଦାସ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result