ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୁରୀରେ କାର୍ଯ୍ୟରତ ନିକ୍ଷେପକ ବା ପ୍ରୋଜେକ୍ସନିଷ୍ଟ ପ୍ରସନ୍ନ କୁମାର ସାହୁ ଶୁକ୍ରବାର ସରକାରୀ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶ୍ରୀସାହୁ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।















