No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବାଙ୍କୀ :- ଡମପଡା ବ୍ଲକ ଉପର ପାଥପୁର ମନୁ ଗୋଛୟତ ଙ୍କ ପୁତ୍ର ବିଷ୍ଣୁ ଗୋଛାୟତ(୪୬) ଙ୍କୁ ସୋମବାର ବିଳମ୍ବିତ ରାତି ରେ ନିଜ ଘର ବାରଣ୍ଡା ରେ ଶୋଇଥିବା ସମୟରେ ବିଷାକ୍ତ ସର୍ପ ଦଂଶନ କରିଥିଲା । ରାତି ରେ ପରିବାର ଲୋକେ ବିଷ୍ଣୁ ଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସା ପାଇଁ ଆଣିଥିଲେ ।
ଡାକ୍ତର ବିଷ୍ଣୁ ଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।ବାଙ୍କୀ ପୋଲିସ ଚିକିତ୍ସାଳୟ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପୋଲିସ ଏ ସମ୍ପର୍କରେ ତଦନ୍ତ କରି ଅପ ମୃତ୍ୟୁ ମାମଲା ନୁମ୍ବର ୧୧ /୨୧ରୁଜୁ କରିଛି। (ରିପୋର୍ଟ : ଗୌତମ ମିଶ୍ର )
No Result
View All Result