• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଦ୍ୟୁତ ବିଭାଗ କର୍ମଚାରିଙ୍କ ସହଯୋଗରେ ଠିକାଦାର ବିଦ୍ୟୁତ ଚୋରି କରୁଥିବା ଅଭିଯୋଗ –  ଘଟଣା ଚପାଇବାକୁ ଉଦ୍ୟମ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
June 8, 2021
in ଓଡ଼ିଶା, ଗଜପତି, ହୋମ୍
0
ବିଦ୍ୟୁତ ବିଭାଗ କର୍ମଚାରିଙ୍କ ସହଯୋଗରେ ଠିକାଦାର ବିଦ୍ୟୁତ ଚୋରି କରୁଥିବା ଅଭିଯୋଗ –  ଘଟଣା ଚପାଇବାକୁ ଉଦ୍ୟମ ହେଉଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁନ୍ , ମଙ୍ଗଳବାର ) ରାୟଗଡ଼ :- ଗଜପତି ଜିଲ୍ଲାରେ କିଛି ବର୍ଷ ହେଲା ସାଧାରଣଙ୍କ ଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ ସ୍ତରରେ ବିଦ୍ୟୁତ ଚୋରି ହେଉଥିବା ଦେଖିବାକୁ ମିଳୁଛି । ବିଦ୍ୟୁତ ପରି ଏକ ଜାତୀୟ ସମ୍ପତିର ସୁରକ୍ଷା ବଣ୍ଟନ ପାଇଁ ଗଜପତି ଜିଲ୍ଲାରେ କେହି ଚିନ୍ତିତ ନଥିବା ପରି ଜଣାପଡୁଛି । ଜିଲ୍ଲାରେ ସଡକ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ଦୀର୍ଘ ବର୍ଷ ହେବ ବିଦ୍ୟୁତ ଚୋରି କରି ନିଜ କାର୍ଯ୍ୟ ଜାରି ରଖିଥିବା ବେଳେ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ରାଜସ୍ୱ କ୍ଷତି ହେଉଥିବା ବେଳେ ବିଦ୍ୟୁତ ଚୋରି ଯୋଗୁଁ ଆବଶ୍ୟକୀୟ ଭିତ୍ତି ଭୁମିର ବିକାଶ ହୋଇପାରୁନଥିବା ବେଳେ

ବିଦ୍ୟୁତ ବିଲ ପଇଠ କରୁଥିବା ଯୋଗୁ ସାଧାରଣ ଗ୍ରାହକ ମାନେ ଉପଯୁକ୍ତ ସେବା ପାଇବାରେ ବଞ୍ଚିତ ହେଉଥିବା ବେଳେ ବିଦ୍ୟୁତ ଚୋରି କରି ଲକ୍ଷ ଲକ୍ଷ ଟଙ୍କା ହଡପ କରୁଥିବା ଠିକାଦାରଙ୍କ ସହ ସେମାନଙ୍କୁ ସହୋଯୋଗ କରିଆସୁଥିବା କିଛି ବିଦ୍ୟୁତ କର୍ମଚାରି ବା ସ୍ଥାନୀୟ ଲାଇଁମେନ୍ ଓ କନିଷ୍ଠଯନ୍ତ୍ରୀ ମାଲାମାଲ ହୋଇଚାଲିଛନ୍ତି l ଯଦ୍ୱାରା ବାରମ୍ବାର ବିଦ୍ୟୁତ ଦର ବଢୁଥିବା ବେଳେ ଗ୍ରାହକଙ୍କ ଉପରେ  ଏହାର ବୋଝ ଲଦିଦିଆଯାଉଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ତ ବଡତୁଣ୍ଡି ନଦୀ  ଉପରେ ସେତୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪୧୯ କୋଟି ଟଙ୍କାର ସେତୁ ନିର୍ମାଣ କାର୍ଯ୍ୟ ଚଲୁରହିଛି । ଠିକାଦାର ଦେବିପ୍ରସାଦ ସାମନ୍ତରାୟଙ୍କ ନାମରେ କାର୍ଯ୍ୟାଦେସ ରହିଥିବା ବେଳେ କାର୍ଯ୍ୟ ତଦାରଖ ଦାଇତ୍ୱରେ କିଛି କର୍ମଚାରିଙ୍କୁ ସେ ସେତୁ ନିର୍ମାଣ କରାଯାଉଥିବା ସ୍ଥାନରେ ରଖିଛନ୍ତି । ସେମାନଙ୍କ ଖାଇବା ଏବଂ ରହିବା ପାଇଁ ଅସ୍ଥାଇ ଭାବେ ଚାରୋଟି ଟିଣ ଘର କରି ସେଥିରେ ପ୍ରାୟ ୪୦ ରୁ ୫୦ ଶ୍ରମିକ, ଡ୍ରାଇଭର, ମିସ୍ତ୍ରୀ ଲେବର  ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ ସମୟ ହେବ ରହିଆସୁଥିବା ବେଳେ ରାସ୍ତା ନିର୍ମାଣ ପାଇଁ ସମସ୍ତ ବ୍ୟବହୃତ ସାମଗ୍ରୀ ମଧ୍ୟ ସେଠାରେ ରଖାଯାଇଥିବା ଦେଖିବାକୁ ମିଳିଛି ।

ସେତୁ ନିର୍ମାଣ କାର୍ଯ୍ୟରେ ନିୟଯିତ ଶ୍ରମିକ ଏବଂ କର୍ମଚାରିଙ୍କ ନିମନ୍ତେ ମନୋରଞ୍ଜନ ଏବଂ ବିଳାସମୟ ଭାବେ ସମୟ କଟିବା ପାଇଁ ଠିକାଦାର ମହାସୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ସହ ଉକ୍ତ ଟିଣ ଘରେ ଟିଭି, ହିଟର, ଲାଇଟ ଓ ଫ୍ୟାନ ଇତ୍ୟାଦି ସାମଗ୍ରୀ ଲଗାଇବା ସହ ସେତୁ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ହେଉଥିବା  ୱେଲଡିଙ୍ଗ ମେସିନ, ବୋର ସାହାଯ୍ୟରେ ପାଣି ଉଠାଇବା ପାଇଁ ପାଣି ମୋଟର, ହାଲୋଜିନ ଲାଇଟ ପରି ଅନେକ ବିଦ୍ୟୁତ ଚାଳିତ ଯନ୍ତ୍ର ଠିକାଦାର ଜଣକ ଚୋରି ବିଦ୍ୟୁତ ମାଧ୍ୟମରେ ବ୍ୟବହାର କରିଆସୁଥିଲେ ।

ଉକ୍ତ ଖବର ରାୟଗଡ ବ୍ଲକର କିଛି ଗଣମାଧ୍ୟମର ପ୍ରତିନିଧି ମାନେ ବିଶେସ ସୁତ୍ରରୁ ଖବର ପାଇବା ପରେ ବିଭାଗୀୟ ଅଧିକାରୀ ଏବଂ କର୍ମଚାରିଙ୍କୁ ଜଣାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ପରବର୍ତ୍ତି ପଦକ୍ଷେପ ଭାବେ ଗଣମାଧ୍ୟମର ପ୍ରତିନିଧି ମାନେ ସତ୍ୟତା ଜାଣିବା ପାଇଁ ଘଟଣା ସ୍ଥଳରେ ପହଁଚି ଥିଲେ l ସେଠାରେ ସେମାନେ ଦେଖିବାକୁ ପାଇଥିଲେ ଯେ ଏକ ବିଦ୍ୟୁତ ପୋଲ୍‌ରେ ବ୍ୟବହୃତ ହୋଇଥିବା କେବୁଲ ମାଧ୍ୟମରେ ବିଦ୍ୟୁତ ଚୋରି କରି  ଟିଣ ଘରକୁ ନେଇଛନ୍ତି ।

ସେଠାରେ ଟିଭି, ହିଟର, ଲାଇଟ ଓ ଫ୍ୟାନ ଇତ୍ୟାଦି ସାମଗ୍ରୀ ବ୍ୟବହୃତ ହେଉଥିବା ଦେଖିବା ସହ ନିକଟରେ ରହିଥିବା ପାଣି ବୋର ମୋଟର ମାଧ୍ୟମରେ ଉଠାଯାଇ ପାଣି ଟେଙ୍କରରେ ଭର୍ତ୍ତି କରାଯାଉଥିଲା ଏବଂ ପ୍ରତିଦିନ ଉକ୍ତ ଟେଙ୍କର ମାଧ୍ୟମରେ ସେତୁ ଏବଂ ରାସ୍ତା ଉପରେ ଜଳସିଞ୍ଚନ କରାଯାଉଥିଲା । ଏପରି ଘଟଣା ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ପ୍ରଥମେ ସ୍ଥାନୀୟ ଲାଇନମ୍ୟାନ ସୁଶାନ୍ତ କୁମାର ବେହେରାଙ୍କୁ ଜଣାଇଥିଲେ ଏବଂ ପରବର୍ତ୍ତି ସମୟରେ ଦାଇତ୍ୱରେ ଥିବା ବିଦ୍ୟୁତ ବିଭାଗର ଯନ୍ତ୍ରୀ ଦେବବ୍ରତ ସାହୁଙ୍କୁ ମଧ୍ୟ ଜଣାଇଥିଲେ କନ୍ତୁ କୌଣସି ସୁଫଳ ମିଳିନଥିଲା ।

କିଛି ସମୟ ପରେ ଗଣମାଧ୍ୟମ ପ୍ରତିନିଧିମାନେ ପାରଳାଖେମୁଣ୍ଡି ବିଦ୍ୟୁତ ବିଭାଗ ନିର୍ବାହି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ସେ କିଛି ସମୟ ମଧ୍ୟରେ କନିଷ୍ଟ ଯନ୍ତ୍ରୀଙ୍କୁ ତଦନ୍ତ ନିମନ୍ତେ ପଠାଯିବ ବୋଲି କହିଥିଲେ ମଧ୍ୟ ପରବର୍ତ୍ତି ସମୟରେ ସେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଫୋନ ଉଠାଇ ନଥିଲେ l ବାରମ୍ବାର ଫୋନ କରିବା ପରେ ସେ ମୋବାଇଲକୁ ବନ୍ଦ କରିଦେଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ସ୍ତାନୀୟ ଲେଡରମ୍ୟାନକୁ ଘଟଣା ସ୍ଥଳକୁ ପଠାଇ ଚୋରି କରାଯାଇଥିବା ବିଦ୍ୟୁତ ତାରକୁ ପୋଲରୁ ବିଚ୍ଛିନ୍ନ କରିବା ପାଇଁ ଆଦେଶ ଦେଇଥିଲେ ।

ସେହି ସମୟରେ ସ୍ତାନୀୟ ଲାଇନମ୍ୟାନ ଆସି ଘଟଣା ସ୍ଥଳରେ ପହଁଚି ଚୋରା ବିଦ୍ୟୁତ ତାରକୁ ବିଚ୍ଛିନ୍ନ କରିବା ପାଇଁ ପ୍ରଥମେ ପ୍ରୟାଶ କରିଥିଲେ । ଲାଇନମ୍ୟାନଙ୍କ ଏଭଳି ଆଚରଣ ଦେଖି ଗଣମାଧ୍ୟମର ପ୍ରତିନିଧିମାନେ ବିଦ୍ୟୁତ ବିବାଗ ସୁପରିଟଣ୍ଡନ ଏବଂ ବ୍ରହ୍ମପୁର ବିଦ୍ୟୁତ ବିଭାଗ ଏନଫରସମେଣ୍ଟ ଟିମ ସହ ଯୋଗାଯୋଗ କରିବା ପରେ ବହୁତ ସମୟ ପରେ ଉପଲଡା ସହକାରୀ ବିଦ୍ୟୁତ ଅଧିକାରୀ ସ୍ମୃତିରଞ୍ଜନ ଦାସ ଏବଂ ବିଦ୍ୟୁତ ବିଭାଗ ଭିଜିଲାନ୍ସ ଟିମ ସନ୍ଧ୍ୟା ସମୟରେ ଘଟଣା ସ୍ଥଳେରେ ପହଁଚିଥିଲେ । ବିଭାଗୀୟ ଅଧିକାରୀଙ୍କ ତଦନ୍ତରେ ଠିକାଦାର ଜଣକ ପ୍ରାୟତଃ ଆଠ ହଜାର ୱାଟ ବିଦ୍ୟୁତ ପ୍ରତିଦିନ ବ୍ୟବହାର କରୁଥିବା ଜଣାପଡିଥିଲା । 

ଏ ନେଇ ରାୟଗଡ ଥାନାରେ ଏକ କେସ ରୁଜୁ କଲା ବିଦ୍ୟୁତ ବିଭାଗ । କେସ ନମ୍ବର ୫୦/ ୨୦୨୧ ରୁଜୁକରି ତଦନ୍ତ ଆରମ୍ଭ କରାଯାଉଅଛି ବୋଲି କହିଛନ୍ତି ଆଇ ଆଇ ସି ଗୋବିନ୍ଦ ଗୌଡ଼ କହିଛନ୍ତି l ଏଠୀ ପ୍ରଶ୍ନ ଉଠୁଛି ଏତେବଡ ସେତୁ ନିର୍ମାଣ କାର୍ଯ୍ୟରେ ସ୍ଥାନୀୟ ଲାଇନ୍ ମେନ୍ ସୁଶାନ୍ତ କୁମାର ବେହେରା ସହ ହାତ ମିଳାଇ ଉକ୍ତ କାଯ୍ୟ ଚାଲୁ ରହୁଥିଲା ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ବର୍ତ୍ତମାନ କେତେ ଟଙ୍କା ଫାଇଁନ ପଡୁଛି ଦେଖିବାକୁ ବାକି ରହିଛି l (ରିପୋର୍ଟ ସଞ୍ଜୀବ କୁମାର ପାଣି)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version