ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବାଲିପାଟଣା ବ୍ଲକ ଅନ୍ତର୍ଗତ କୁରୁଞ୍ଜିପୂର୍ ଗ୍ରାମ ପଞ୍ଚାୟତ , ଓଡଖଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ସାଗରିକା ମହାନ୍ତିଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆଜି ପୂର୍ବାହ୍ନ ରେ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟାପକ ସତାଉଦ୍ଦିନ ଅହମ୍ମଦଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ ଯୋଗଦେଇ ଏହି ବିଦ୍ୟାଳୟ ର ଜଣେ ପୂର୍ବତନ ଛାତ୍ର ଭାବରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ବିଧାୟକ ଭାବରେ ଜନସେବା କରିବାର ଯେଉଁ ସୁଯୋଗ ମିଳିଛି ତାର ସୁବିନିଯୋଗ କରିବା ମୋର ଉଦ୍ଦେଶ୍ୟ ବୋଲି କହିଥିଲେ , ଶିକ୍ଷକ ନେତା ଗୋଲକ ବିହାରୀ ନାୟକ,ତପନ କୁମାର ଜେନା,ଗଗନ ବେଉରା,ବ୍ଲକ ଅଧ୍ୟକ୍ଷା ହରପ୍ରିୟା ଦାସ,ଜିଲ୍ଲା ପରିଷଦ ସଦସ୍ୟା ସୁକନ୍ୟା ସେଠୀ,କଲେଜ ପ୍ରତିଷ୍ଠାତା ଶରତ ମହାନ୍ତି,ପୂର୍ବତନ ଅଧକ୍ଷ ସୁବାଷ ଚନ୍ଦ୍ର ନାୟକ ସମାଜସେବୀ କିଶୋର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଜଣେ ଛାତ୍ରବତ୍ସଳ ଅଧ୍ୟକ୍ଷା ଭାବରେ ତାଙ୍କର କାର୍ଯ୍ୟକାଳ ଭିତରେ ସେ ଏକ ଶିକ୍ଷାନୁକୁଳ ପରିବେଶ ସୃଷ୍ଟି କରିଥିବାରୁ ତାଙ୍କୁ ଉପସ୍ଥିତ ଛାତ୍ର ଛାତ୍ରୀ ଅଭିଭାବକ ମାନେ ଭୂୟସୀ ପ୍ରଂଶସା କରିଥିଲେ।

ଅଧ୍ୟାପକ ଅଶୋକ ପୁରୋହିତ,କଲ୍ୟାଣ ପଣ୍ଡା,ଜଗଦୀଶ ଦେଵତା,ଦେବେନ୍ଦ୍ର ମିଶ୍ର,ଅନିଲ ପୃଷ୍ଟି,ପ୍ରଶାନ୍ତ ରାଉତ,ସୁରତ ସ୍ୱାଇଁ,ସୁନୀଲ ସାହୁ ପ୍ରମୁଖ ସମ୍ବଲପୁର ଠାରୁ ଆରମ୍ଭ କରି ଜଗତସିଂହପୁର ପର୍ଯ୍ୟନ୍ତ ପ୍ରାୟ ୩୨ ଗୋଟି କଲେଜ ର ବହୁ ଅଧ୍ୟାପକ ଅଧ୍ୟାପିକା ଙ୍କ ସହିତ ମହାବିଦ୍ୟାଳୟ ର ପୂର୍ବତନ ସହଯୋଗୀ ଓ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସାଗରିକାଙ୍କୁ ଉତ୍ସ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଅତନୁ ପଣ୍ଡା,ମୌସୁମୀ ମହାପାତ୍ର,ଚିତ୍ତ ମହାପାତ୍ର,ନାଥ ବିଶ୍ବାଳ,ସିଫ୍ରାନ ଚୌଧୁରୀ ମହାପାତ୍ର ଓ ଗଙ୍ଗାଧର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।














