No Result
View All Result
ଏବେ ବି ବଞ୍ଚି ରହିଛି ପରମ୍ପରା …
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) ପାଟଣାଗଡ଼ :- ମଧ୍ୟ କେତେକ ଗାଁ ରେ ପରମ୍ପରା ବଞ୍ଚି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ପଦ୍ମପୁର ରାଜ ରାଜୁଡା ଶାସନ କାଳରେ ଜମିଦାର ଓ ଗୋନ୍ତିଆ ଶାସନ ପ୍ରଚଳିତ ଥିଲା । ଲୋକ ମାନେ ଗାଁ ର ଗୋନ୍ତିଆ ଓ ମୂଳକ ରେ ଜମିଦାର ଙ୍କ କଥା ମାନି ଚାଲୁଥିଲେ । ଗାଁ ରେ ଯାନିଯାତ୍ରା ପର୍ବ ପର୍ବାଣୀ ରେ ମଧ୍ୟ ଜମିଦାର ଓ ଗୋନ୍ତିଆ ଙ୍କ ମୂଖ୍ୟ ଭୂମିକା ନିର୍ବାହ କରୁଥିଲେ । ଏବଂ ଗାଁ ଲୋକଙ୍କ ଗାଳିଗୁଲଜ , ଦୁଃଖ ସୁଖ ରେ ଗୋନ୍ତିଆ ଓ ଜମିଦାର ସମାଧାନ କରୁଥିବା ସହ ଗୋନ୍ତିଆ ଓ ଜମିଦାର ଙ୍କ କଥା କୁ ଶିର୍ଷ ସ୍ଥାନ ରେ ରହି ପାଳନ କରୁଥିଲେ ।
ଜମିଦାର ହେଉ କି ଗୋନ୍ତିଆ ହେଉ ତାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଭାବେ ଗୋନ୍ତିଆ ବଡ଼ ପୁଅ ଙ୍କୁ ଗୋନ୍ତିଆ ପଗଡ଼ି ( ପାଗା) ଦେଇ ଅଭିଷେକ କରାଯାଇଥାଏ । ଆଜି ମଧ୍ୟ ସେହି ପରମ୍ପରା ପ୍ରଚଳିତ ହେଉଥିବା ଦେଖିବାକୁ ମିଳିଛି । ପଦ୍ମପୁର ବ୍ଳକ ସର୍ଗିବାହାଲ ପଞ୍ଚାୟତ ପଣ୍ଡରିପାଣି ଯେଉଁ ଗାଁ କି ଝାଞ ପାହାଡ଼ ପାଦଦେଶରେ ଅବସ୍ଥିତ ଏକ ଛୋଟିଆ ଗାଁ ରେ ଆଦିବାସୀ ମାନେ ବସବାସ କରନ୍ତି । ଗାଁ ଗୈାନ୍ତିଆ ନିରାକାର ବରିହା ଙ୍କ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ସ୍ଵର୍ଗତ ଗୈାନ୍ତିଆ ଜଣେ ମେଲାପି ଓ ସରଳ ଲୋକ ଥିଲେ ।
ଗାଁ ର ସମସ୍ତ ଙ୍କର ସହ ମିଳିମିଶି ଦୁଃଖ ସୁଖ ରେ ସମଭାଗି ହେଉଥିଲେ । ତାଙ୍କର ବିୟୋଗରେ ଗାଁ ରେ ଶୋକ ର ଛାୟା ଖେଳିଯାଇଥିଲା । ଗାଁ ର ଲୋକେ ତାଙ୍କୁ ଗୈାନ୍ତିଆ ଭାବେ ସମ୍ମାନ ଦେଇ ମାନିଚଳୁଥିଲେ । ମୃତ୍ୟୁ ପରେ ତାଙ୍କ ପୁଅ ଉପେନ୍ଦ୍ର ବରିହା ଙ୍କୁ ପରମ୍ପରା ଅନୁଯାୟୀ ଗ୍ରାମ ବାସୀ ଗୈାନ୍ତିଆ ଭାବେ ଉପେନ୍ଦ୍ର ଙ୍କ ପଗଡ଼ି ଓ ଉତ୍ତରୀୟ ଦେଇ ଅଭିଷେକ କରିଥିଲେ । କରୋନା କଟକଣା ନିୟମ ଅନୁସାରେ ଗ୍ରାମ ବାସୀ ଗୈାନ୍ତିଆ ଭାବେ ଉପେନ୍ଦ୍ର ଙ୍କୁ ଫୁଲ ଚନ୍ଦନ ପଗଡ଼ି ଅର୍ପଣ କରିଥିଲେ । ଅନୁଷ୍ଠିତ ଅଭିଷେକ କାର୍ଯ୍ୟ କ୍ରମ ରେ ସୁରେନ୍ଦ୍ର ବରିହା ,ୱ।ଡମେମର ଲବସୁନା , ପରମେଶ୍ଵର ମାହାର , ଯଯାତି କେଶରୀ ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ପଦ ବରିହା ,ଚିତ୍ରାଙ୍ଗଦା ସୁନା ,ଜନ୍ମ ଭୂଏ ପ୍ରମୁଖ ସହଯୋଗ କରିଥିଲେ । (ପାଟଣାଗଡ଼/ଗୋରେଖନାଥ ବରିହା )
No Result
View All Result