No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୬ ଜୁନ ରବିବାର) କଳାହାଣ୍ଡି :- ସମୟ ବଦଳିବା ସାଙ୍ଗକୁ ବଦଳି ଯାଉଛି ଲୋକଙ୍କ କୈାଳିକ ବୃତ୍ତି।ରନ୍ଧା ଶାଳର ମାଟିପାତ୍ର ଏବେ ଇତିହାସ ପୃଷ୍ଠାରେ ସ୍ଥାନିତ ହେଉଛି। ଆଧୁନିକ ବଜାରରେ ଚାଇନା ସାମଗ୍ରୀର ବ୍ୟବହାର ସହ ପ୍ଲାଷ୍ଟିକ,ଫାଇବର,ଷ୍ଟିଲ, ଆଲୁମିନିୟମ,କାଚ ସାମଗ୍ରୀ ଏବେ ଲୋକଙ୍କ ହାତ ପାଆନ୍ତାରେ। ଯାହା ଫଳରେ ଅଲୋଡ଼ା ହେଉଛି ମାଟି ପାତ୍ର। ଏହି ମାଟି ପାତ୍ର ନିର୍ମାଣ କରୁଥିବା କୁମ୍ଭାର ସଂପ୍ରଦାୟର ଲୋକମାନେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମରେ ରହିଛନ୍ତି ।
ବ୍ଳକର ତୁଲାଗାଁ,ମାଣ୍ଡେଲ,ଭୀମକେଲା,ବିଲାଟ,ସାନଗୁଣ୍ଡୁରୀ,ଗୋରକୋଲ, ରତନପୁର,ପିପଲପଡା ପ୍ରଭୃତି ଗ୍ରାମରେ ବସବାସ କରି ଆସୁଛନ୍ତି। ନିଜର କୈାଳିକ ବୃତ୍ତି ରୂପେ ମାଟିରୁ ହାଣ୍ଡି,ମାଠିଆ,ସରେଇ,ତେଲେନ୍,ଦୀପ,ଫୁଲକୁଣ୍ଡ,ରୁଖା ଓ ବିବାହରେ ବ୍ୟବହୃତ ସାମଗ୍ରୀ ତିଆରି କରି ଏମାନେ ଗାଁ ଗାଁ ଓ ବଜାର ବଜାର ବୁଲି ବିକ୍ରି କରି ଘର ଚଳାଉଛନ୍ତି। ଏମାନେ ସକାଳୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ମାଟି ଆଣି ଦିନକୁ ପାଞ୍ଚ ଛଅ ଘଂଟା ପରିଶ୍ରମ କଲାପରେ କଞ୍ଚା ମାଟିରୁ ପ୍ରଥମେ ପାଣି ମାଠିଆ, ସରେଇ ଇତ୍ୟାଦି ଗଢି ଖରାରେ ଶୁଖାଇ ଥାନ୍ତି ।
ଏଗୁଡିକ ଶୁଖିଲା ପରେ କାଠି,ଝାଟି,କାଠକଳାରେ ପୋଡ଼ି ପୂର୍ଣ୍ଣାଙ୍ଗ ରୂପ ଦେଇ ଜିନିଷ ତିଆରି କରନ୍ତି। ଆଧୁନିକତାର ଛତ୍ରଛାୟାରେ ଅନେକ କୁମ୍ଭାର ପରିବାର ନିଜର ପାରମ୍ପରିକ କୈାଳିକ ବୃତ୍ତିକୁ ଲୁପ୍ତ କରିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବର୍ତ୍ତମାନର ଯୁବ ପିଢୀ ଏଥିପ୍ରତି ଆଗ୍ରହ ରଖୁ ନ ଥିବା ବେଳେ ଧିରେଧିରେ ପିଢୀ ପରେ ପିଢୀ ଧରି ରହି ଆସିଥିବା କୈାଳିକ ବୃତ୍ତି ଲୋପ ପାଇବାକୁ ବସିଲାଣି । ଏବେ କରୋନା ମହାମାରୀ ସମୟରେ ମାଟି ସାମଗ୍ରୀ ତିଆରି ହୋଇ ମଧ୍ୟ ଘରେ ପଡି ରହୁଥିବା କୁମ୍ଭାର ପରିବାରର ଲୋକେ କହନ୍ତି ।
ଏହାର ଚାହିଦା ବୃଦ୍ଧି ପାଇଁ ସରକାରୀ ସ୍ତରରେ କୈ।ଣସି ଉଦ୍ୟମ ହେଉ ନଥିବା ବେଳେ ଯୁବ ପିଢୀଙ୍କ ମନରେ ଆଗ୍ରହ ଜନ୍ମାଇବା ପାଇଁ ସରକାରୀ ସ୍ତରରେ କିଛି ସହାୟତା ମିଳିପାରନ୍ତା ତା ହେଲେ ଏହି କୈାଳିକ ବୃତ୍ତିକୁ ବଞ୍ଚାଇ ରଖିପାରନ୍ତେ ବୋଲି ଏହି ସଂପ୍ରଦାୟର କମଲ ରଣା,କୁବେର ରଣା,କେଶରୀ ରଣା ପ୍ରମୁଖ ପ୍ରକାଶ କରିଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result