No Result
View All Result
୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କୋରାଇ :-> ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ; ସାମ୍ବାଦିକମାନେ ସାମଜ ପାଇଁ କାଗ୍ରତ ପ୍ରହରୀ ସଦୃଶ କାର୍ଯ୍ୟ କରିଥାନ୍ତି । ତାଙ୍କ ପ୍ରତି ସର୍ବଦା ବିପଦ ଲାଗିରହିଥିବାରୁ ସରକାର ସେମାନଙ୍କୁ ପାଇଁ ସୁରକ୍ଷା ଆଇନ ପ୍ରଣୟନ କରିବା ଜରୁରୀ ବୋଲି ଆଇଁ ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଫୋରମର ସଭାପତି ଡଃ ଅଭୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ହୋଟେଲ ରୟାଲ ଜଳିଙ୍ଗ ସଭାଗୃହ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ କୋରାଇ ବ୍ଲକ୍ ବିଡିଓ ଅବନୀକାନ୍ତ ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ମୁଖ୍ୟଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପଣ୍ଡିତ ଡ଼କ୍ଟର ସୂର୍ଯ୍ୟମଣି ଖୁଟିଆ ଯୋଗଦେଇ ସାମ୍ବାଦିକମାନେ କଲମ ମୁନରେ ଗୋଟିଏ ସରକାରଙ୍କୁ ପରିବର୍ତ୍ତନ କରିଦେଇ ପାରନ୍ତି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଅର୍ଗସ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀଯୁକ୍ତ ଦୁର୍ଗାଶିଷ ଯୋଗଦେଇ ସାମ୍ବାଦିକମାନେ ସର୍ବଦା ସମାଜର ହିତପାଇଁ କାର୍ଯ୍ୟକରି ଆସୁଛନ୍ତି; ସେ ନଗଡାର ନଗ୍ନଚିତ୍ର ହୋଉ ବା’ ପରିହତ୍ୟା କାଣ୍ଡ ଅଥବା କରୋନାର କରାଳ ଛାୟା ହେଉ; ସବୁବେଳେ ସେମାନ ନିଜକୁ ସୈନିଜ ପରି ସୀମା ସୁରକ୍ଷାରେ ସୈନିକ ପରି କର୍ତବ୍ୟ କରିଥାନ୍ତି ବୋଲି କହିଥିଲେ ।
ସମ୍ମାନିତ ଅତିଥିଭାବେ ଜିଲା ଆଥଲେଟିକ୍ ଆସୋସିଏସନର କାର୍ଯ୍ୟକାରି ସଭାପତି ରସାନନ୍ଦ ମହାନ୍ତି ଯୋଗଦେଇ ସମାଜରେ ସାମ୍ବାଦିକ ମାନଙ୍କର ଭୂମିକାକୁ ଭୂସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବ୍ୟାସଜ୍ୟୋତି’କୁ ଅତିଥିମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ଅନୁଷ୍ଠାନର ଉପସଭାପତି ଦୟାନିଧୂ ନାୟକ ସ୍ୱାଗତ ଭାଷଣ ଦେଇଥିଲା ବେଳେ ସମ୍ପାଦକ ମଳୟ କୁମାର ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।
ଏହିଉତ୍ସବରେ ବରିଷ୍ଠ ଚିକିତ୍ସକ ଡ଼ା. ଜୟଦେବ ନନ୍ଦ, ଶିକ୍ଷାତ ପ୍ରାଧ୍ୟାପକ ଶିବଚରଣ ମାଝୀ, କ୍ରୀଡାବିତ ଜ୍ଞାନଚାନ୍ଦ ଦାସ, ପରିବେଶବିତ ପ୍ରାଧ୍ୟାପକ ସତ୍ୟନାରାୟଣ ଖଣ୍ଡାଇ, ଚିକିତ୍ସକ ଦେବପ୍ରିୟ ଷଡ଼ଙ୍ଗୀ, ସାମ୍ବାଦିକ ଆଦିତ୍ୟ ମେକାପ, କୃତିବାସ ପ୍ରଧାନ, ଶ୍ରୀଯୁକ୍ତ ଦୁର୍ଗାଶିଷ, ଶିଶୁ କଳାକାର ତେଜସ୍ବିନୀ ରାଉତ,ଶିଳ୍ପାନୁଷ୍ଠାନ ଭିସା ଷ୍ଟିଲ, ସାମାଜିକ ଅନୁଷ୍ଠାନ ‘ବ୍ୟାସନଗର ନାଗରିକ କମିଟି, ‘ନିଶ୍ଵ’ ଯାଜପୁରରୋଡ ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ପରିଚାଳନାରେ ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, ଅଜୟ ସାହୁ, ଆନନ୍ଦ ବିଶ୍ଵାଳ, ନାରାୟଣ ରାଉତରାୟ, ଚିତରଞ୍ଜନ ବୋଇତେଇ, ଜିତେନ୍ଦ୍ର କୁମାର ରାଉତ, ଜ୍ଞାନରଞ୍ଜନ ଓଝା, ଦୀପକ ଦାସ, ମାନସ ଆଇଚ, ବାଇଧର ମାଝୀ, ପ୍ରମୋଦ ପାତ୍ର, କୁଞ୍ଜବିହାରୀ ମହାନ୍ତି, ସୁଶାନ୍ତ ଭୂୟାଁ, ପ୍ରକାଶ କୁମାର ସାହୁ, ପ୍ରହଲ୍ଲାଦ ଦେଓ, ଆଶୁତୋଷ ମହାନ୍ତି, ପ୍ରଶାନ୍ତ ଗେଡି, ସଞ୍ଜୟ ସରକାର, ଆଶିଷ ରାଉତ ପ୍ରମୁଖ କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result