୧୦ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଭଏଏସ ଅଫ ମିଡିଆ ବୋଲଗଡ଼ ଶାଖା ପକ୍ଷରୁ କୋଟଗଡ ପାର୍କଠାରେ ଶୁକ୍ରବାର ନୂତନ ବର୍ଷର ଅଭିନନ୍ଦନ ବାର୍ତ୍ତା ପରସ୍ପର ମଧ୍ୟରେ ବାଣ୍ଟିବା ଉଦେଶ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବୋଲଗଡ଼ ଶାଖାର ସଭାପତି ନିରଞ୍ଜନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଭଏଏସ ଅଫ ମିଡିଆ ରାଜ୍ୟ ସଭାପତି ପ୍ରଭାତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ସମାଜସେବୀ ତଥା ଶିଳ୍ପଦ୍ୟୋଗୀ ମାନସ କୁମାର ବେହେରା ଯୋଗଦେଇ ସାମ୍ବାଦିକ ସମାଜର ମେରୁଦଣ୍ଡ ଓ ଅନୁରୂପ ଭାବେ ମାର୍ଗ ଦର୍ଶକ ବୋଲି ମତପୋଷଣ କରିଥିଲେ।ଖବରଦାତା ସମାଜର ପ୍ରତିଟି କୋଣ ଅନୁକୋଣରୁ ଖବର ସଂଗ୍ରହ କରିବା ସହ ନିଜ ଜୀବନ ସୁରକ୍ଷାକୁ ବାଜି ଲଗାଇ ମାନବ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ଆସିଛି ।

ସେହିପରି ମାନବ ସେବାକୁ ନିରନ୍ତର ଭାବେ ନିଜର ନୈତିକ କର୍ତ୍ତବ୍ୟକୁ ବିଶ୍ଵଦରବାରରେ ପହଞ୍ଚାଇବା ପାଇଁ ଯେଉଁ ପ୍ରୟାସ ଜାରି ରଖିଥାଏ,ବେଳେବେଳେ ସମାଜର କେତେକ ମୁଷ୍ଟିମେୟଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥାଏ।ତେବେ ସାମ୍ବାଦିକ ଆକ୍ରୋଶ ର ଶିକାରକୁ ତିଳେମାତ୍ର ଭ୍ରୁକ୍ଷେପ ନକରି ଆଗକୁ ମାଡିଚାଲେ।ସଂମ୍ମାନୀତ ଅତିଥିଭାବେ ନୟାଗଡ଼ ଜିଲ୍ଲା ହ୍ୟୁମାନ ରାଇଟ୍ସ ସଦସ୍ୟ ରବି ଦୋରା ଯୋଗଦେଇ ଗଣତନ୍ତ୍ରର ୪ର୍ଥସ୍ତମ୍ବ ସାମ୍ବାଦିକ ହୋଇଥିବା ବେଳେ ଏହାର ସମାଜ ପ୍ରତି ରହିଥିବା ଅହେତୁକ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏଥିରେ ଭଏଏସ ଅଫ ମିଡିଆ ବୋଲଗଡ଼ ଶାଖାର ସମସ୍ତ ସଦସ୍ୟ ଯୋଗଦେଇଥିଲେ ।