No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ଭୁବନେଶ୍ୱର :- ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶିକ୍ଷକ ନେତା ବିକ୍ରମ କେଶରୀ ବର୍ମାଙ୍କ ବିୟୋଗରେ ରାଜ୍ୟ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଶୋକ ପ୍ରକାଶ କରିଛନ୍ତି I ଶିକ୍ଷା ଓ ଶିକ୍ଷକମାନଙ୍କ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ ଉଭୟ ରାଜନୀତି ଓ ସମାଜସେବା କ୍ଷେତ୍ରରେ ଥିଲେ ବେଶ ପରିଚିତ ଥିବା ଶ୍ରୀ ଦାସବର୍ମା ଙ୍କ ବିୟୋଗ ଅତ୍ୟନ୍ତ ନିରାଶ ପୂର୍ଣ୍ଣ I
ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସେ ସମର୍ପିତ ଭାବେ କାର୍ଯ୍ୟ କରିଯାଇଛନ୍ତି। ତାଙ୍କ ବିୟୋଗରେ ଓଡିଶାରେ ଏକ ଅପୂରଣୀୟ ଶୂନ୍ୟସ୍ଥାନଟିଏ ସୃଷ୍ଟି ହେଲା । କୃଷି ମନ୍ତ୍ରୀ ଡ଼. ଅରୁଣ ସାହୁ ଶୋକ ସନ୍ତପ୍ତ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି I
No Result
View All Result