No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ଭୁବନେଶ୍ୱର :- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ସୟଦ ୟାସିର ନୱାଜଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମାଷ୍ଟର କ୍ୟାଂଟିନ ଛକ ଓ ମହାତ୍ମା ଗାନ୍ଧୀ ମାର୍ଗରେ ବୃକ୍ଷ ରୋପଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ ପରିବେଶ ସୁରକ୍ଷା ଉପରେ ଏବେ ଜନସାଧାରଣ, ବିଭିନ୍ନ ସାମାଜିକ ସଂଗଠନ ଓ ସରକାର ଅଧିକ ଗୁରୁତ୍ୱ ଦେବା ଦରକାର ।
ପରିବେଶ ଅସୁରକ୍ଷିତ ହେଲେ ମାନବ ସମାଜ ଧ୍ୱଂସ ହୋଇଯିବ । ପ୍ରତିଟି ବ୍ୟକ୍ତିଙ୍କର ପରିବେଶ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭୂମିକା ରହିଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ସୁନିଲ ମାଟିଆ, ସାଗର ପଟ୍ଟନାୟକ, ଅବିନାଶ ନନ୍ଦ, ଲିଙ୍ଗରାଜ ସାହୁ, ପ୍ରତ୍ୟୁଷ ରଞ୍ଜନ ପ୍ରଧାନ, ଅବଦୁଲ ସାହାରୁଖ ଖାନ, ମୃଣ୍ମୟ ସାମଲ, ୟାସ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
No Result
View All Result