No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ନୟାଗଡ଼ :- ବିଶ୍ବ ପର୍ଯ୍ଯାବରଣ ଦିବସ ଉପଲକ୍ଷେ ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ସକାଳ ୭ଟା ସମୟରେ କୋଭିଡ୍ ନିୟମ ପାଳନ କରି ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡ଼ ପରିସରରେ ପରିଷଦର ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ସଂଯୋଜନାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଖ୍ଯାତ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ବଉଳ,
ବେଲ ଓ ଦେବଦାରୁ ଆଦି ବିଭିନ୍ନ ଗଛ ଗୁଡିଏ ରୋପଣ କରାଯାଇଥିଲା। ଅପରାହ୍ନ ୪ଟା ସମୟରେ ଭର୍ଚୁଆଲ ମାଧ୍ୟମରେ ପର୍ଯ୍ଯାବରଣ ଦିବସ ସମ୍ପର୍କୀତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି ଯୋଗଦେଇ ଜଙ୍ଗଲ ଓ ପଶୁପକ୍ଷୀ ମାନଙ୍କୁ ସୁରକ୍ଷା କରିବା ସହିତ କରୋନା ପାଇଁ ସତର୍କତା ଅବଲମ୍ବନ କରିବା ନିମିତ୍ତ ବକ୍ତବ୍ଯ ରଖିଥିଲେ। ଏହି ଅବସରରେ ସମାଜସେବୀ ଅରୁଣ କୁମାର ମହାନ୍ତି,ଶିକ୍ଷାବିତ୍ ପ୍ରସନ୍ନ କୁମାର ବସନ୍ତିଆ ଓ ପ୍ରଫେସର ହରପ୍ରସାଦ ମହାପାତ୍ର ପରିବେଶ ସମ୍ପର୍କୀତ ବକ୍ତବ୍ଯ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଦୀପ କୁମାର ସାହୁ,ଅନାଦି ଚରଣ ମହାନ୍ତି,ପ୍ରଫୁଲ୍ଲ କୁମାର ନାୟକ,ନିର୍ମଳ ଚନ୍ଦ୍ର ଶୂରଦେଓ, କାମାକ୍ଷା ପ୍ରସାଦ ଦାଶ,ଶରତ ଚନ୍ଦ୍ର ମହାପାତ୍ର,ବିନାୟକ ମହାନ୍ତି,ରାଜକିଶୋର ଦଳେଇ,ଆଦି ବହୁ ସଭ୍ଯ ଯୋଗଦେଇ ଥିଲେ। ପରିଶେଷରେ ସୌଦାମିନୀ ସ୍ବାଇଁ ଧନ୍ଯବାଦ ଅର୍ପଣ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result