No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ସୋର :- ଆରଆଇଙ୍କୁ ଅଟକ ରଖିଲେ ବାତ୍ୟା ବିପନ୍ନ । ଚାରିଜଣ ଆରଆଇ ବା ରାଜସ୍ୱ ନୀରିକ୍ଷକଙ୍କୁ ତାଲା ପକାଇଲେ ୟସ ବାତ୍ୟା ବିପନ୍ନ l ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧିନ ଗଣ୍ଡିବେଡ଼ ଆରଆଇ ଅଫିସ ଗେଟରେ ତାଲା ପକାଇ ବାତ୍ୟା ବିପନ୍ନ ପରିବାର ଧାରଣା ଦେଇଛନ୍ତି ।
ସୂଚନା ଅନୁସାରେ, ବାତ୍ୟା ୟସ ପ୍ରଭାବରେ ଖଇରା ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଛି ।ହେଲେ ବାତ୍ୟାକୁ ୧୦ଦିନ ବିତିଯାଇଥିଲେ ମଧ୍ୟ ବାତ୍ୟାରେ କ୍ଷୟକ୍ଷତି ଘଟିଥିବା ବିପନ୍ନ ପରିବାରଙ୍କୁ ଏ ପର୍ଯ୍ୟନ୍ତ ପଲିଥିନ କିମ୍ବା କୌଣସି ସରକାରୀ ସହାୟତା ଦିଆଯାଇନାହିଁ l ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ନେତୃତ୍ୱରେ ଅଞ୍ଚଳର ବାତ୍ୟା ବିପନ୍ନ ପରିବାରର ସଦସ୍ୟମାନେ ସରକାରୀ ସହାୟତା ଦାବିରେ ଗଣ୍ଡିବଡ଼ ଆରଆଇ ଅଫିସ ଗେଟରେ ଦୀର୍ଘ ସମୟ ଧରି ତାଲା ପକାଇଥିଲେ ।
ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର, ଖଇରା ପୋଲିସ ପହଞ୍ଚି ବିପନ୍ନ ପରିବାରଙ୍କୁ ବୁଝାସୁଝା କରିଥିଲେ । ଦୁଇଦିନ ଭିତରେ ବିପନ୍ନ ପରିବାରଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । (ଦୀପ୍ତିମାନ ପତି, ବାଲେଶ୍ୱର )
No Result
View All Result