No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୪ ଜୁନ ଶୁକ୍ରବାର ) ଲାଞ୍ଜିଗଡ଼ :- ଲାଞ୍ଜିଗଡ଼ଠାରେ ଚାଲିଥିବା ଏକ ବେଆଇନ ପାଥୋ କ୍ଲିନିକକୁ ଆଜି ସିଲ୍ କରିଛି ପ୍ରଶାସନ । ଲାଞ୍ଜିଗଡ଼ ମୁଖ୍ୟ ରାସ୍ତା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ନିକଟରେ ଖୋଲିଥିବା ପାଥୋ ଲ୍ୟାବ ବିନା ଲାଇସେନ୍ସରେ ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା । ଫଳରେ ଆଜି କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଡିଏମ୍ଓ ଡ. ନିହାରେନ୍ଦ୍ର ପଣ୍ଡା, ଲାଞ୍ଜିଗଡ଼ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା,
ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର, ସ୍ୱାସ୍ଥ୍ୟ ବିଭାଗର ବ୍ରଜକିଶୋର ମୁଣ୍ଡ ପ୍ରମୁଖ ଏହି ପାଥୋ କ୍ଲିନିକକୁ ସିଲ୍ କରିଥିବା ଜଣାପଡିଛି । ବେଆଇନ ଭାବେ ଚାଲିଥିବା ଏହି କ୍ଲିନିକଟି କଟକ ଅଞ୍ଚଳର ଜଣେ ବ୍ୟକ୍ତି ଖୋଲିଥିବା ବେଳେ ଏ ନେଇ ଅଭିଯୋଗ ହେବାପରେ ଆଜି ପ୍ରଶାସନ ପକ୍ଷରୁ ଚଢଉ କରାଯାଇ ସିଲ୍ କରାଯାଇଛି ।
No Result
View All Result