No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଜୁନ ବୁଧବାର) କଳାହାଣ୍ଡି :- କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳିର ସରିଆଁ ଗ୍ରାମ ଜଙ୍ଗଲ ପାଖରେ ଥିବା ଝରଣାରେ ପାଣି ସୁଖୀ ଯାଇଥିବାରୁ ଜଙ୍ଗଲର ପଶୁପକ୍ଷୀ , ଅନ୍ୟାନ୍ୟ ଜୀବଜନ୍ତୁ ତଥା ଗାଈ , ଛେଳି, ମେଣ୍ଢା , ଘୁଷୁରୀ , ମାଙ୍କଡ଼ ଆଦି ପଶୁ ମାନେ ପିଇବା ପାଣି ପାଇଁ ବହୁତ ବିକଳିତ ।

ଏଭଳି ସ୍ଥିତିକୁ ଦେଖି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନର୍ଲା ଅଞ୍ଚଳର ବିଶିଷ୍ଟ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କୁ ଜଣେଇ ଥିଲେ । ଶ୍ରୀ ପଟ୍ଟନାୟକ କିପରି ପଶୁ ପକ୍ଷୀ ମାନେ ସୁବିଧାରେ ପାଣି ପାଇ ପାରିବେ ସେଥିପାଇଁ ନିଜ ଖର୍ଚ୍ଚରେ ଜଙ୍ଗଲ ପାଖରେ ଗାତ ଖୋଳିଥିଲେ ।

ଫଳରେ ପଶୁ ପକ୍ଷୀ ମାନେ ସୁବିଧାରେ ପାଣି ମଧ୍ୟ ପାଇଥିଲେ । ଉକ୍ତ କାର୍ଯ୍ୟରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ ଓ ମୁଖ୍ୟ ସଦସ୍ୟ ଅସୀମ ଭୋଇ , ଗ୍ରାମର ପ୍ରମୋଦ ଜାନୀ ଏବଂ ଜେସିବି ଡ୍ରାଇଭର ଡୁଲାମଣି ରଣା ପ୍ରମୁଖ ସହଯୋଗ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result