No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ବାଙ୍କୀ :- ମନରେଗାରେ କର୍ମନିଯୁକ୍ତି ପାଇଁ ଶ୍ରମିକମାନେ ଖୁସି ରହିଥିବା ବେଳେ ସେମାନଙ୍କର ପାରିଶ୍ରମିକ ପାଉଣା ବୃଦ୍ଧି କରିବା ପାଇଁ ଦାବି କରାଯାଇଛି । ସଟ୍ଡାଉନ୍ ଓ ଲକ୍ଡାଉନ୍ ପ୍ରକ୍ରିୟା ସାରା ରାଜ୍ୟରେ ଜାରି ରହିଥିôବା ବେଳେ ଗ୍ରାମାଞ୍ଚଳରେ ଶ୍ରମିକମାନେ ହାତବାନ୍ଧି ବସିଛନ୍ତି । ସେମାନଙ୍କର ପରିବାର ଭରଣପୋଷଣ କଷ୍ଟକର ହୋଇ ପଡିଥିବା ବେଳେ ଏବେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ପାଇ ଖୁସି ଅଛନ୍ତି । ହେଲେ ସରକାରଙ୍କ ନିର୍ଦ୍ଧିଷ୍ଟ ପାରିଶ୍ରମିକ ମୂଲ୍ୟ ସେମାନକୁ ଏବେ ଚିନ୍ତାରେ ପକାଇଛି ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି ।
ବାଙ୍କୀ ବ୍ଲକ ଓସ୍ତିଆ ପଞ୍ଚାୟତର ଶ୍ରମିକମାନେ ଦୀର୍ଘଦିନ ଧରି କାମଧନ୍ଦା ଧରି ଘରେ ବସିରହିଥିବା ବେଳେ ଏବେ ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ମନରେଗା ଯୋଜନାରେ ନୂତନ ଭାବେ ନିର୍ମାଣଧିନ ପାର୍କରେ ୩୦ଜଣରୁ ଉର୍ଦ୍ଧ୍ୱ ଶ୍ରମିକ ନିଯୁକ୍ତି ପାଇ ଖୁସି ରହିଛନ୍ତି । ଏହି ଶ୍ରମିକମାନେ ମାଟିକାମରେ ନିୟୋଜିତ ରହିଥିବା ବେଳେ ସରକାରୀ ସ୍ତରରେ ଧାର୍ଯ୍ୟ ୨୧୫ଟଙ୍କା ପାରିଶ୍ରମିକ ପାଇ ସନ୍ତୁଷ୍ଟ ନାହାଁନ୍ତି । ଏ ସଂପର୍କରେ ସ୍ଥାନୀୟ ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ବେହେରା ଶ୍ରମିକଙ୍କ ଦାବି ସହିତ ଏକମତ ହୋଇ ସେମାନଙ୍କ ପାରିଶ୍ରମିକ ବୃଦ୍ଧି କରାଗଲେ ଗରିବ ଅସହାୟ ଶ୍ରମିକମାନେ ନିଜ ପରିବାର ଭରଣପୋଷଣ ସଠିକ୍ ଭାବେ କରିପାରିବେ । (ରିପୋର୍ଟ/ଗୌତମ ମିଶ୍ର)
No Result
View All Result