No Result
View All Result

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୂଆଗାଁ ବ୍ଲକ ଅନ୍ତର୍ଗତ ପାରାଢିପି ଗ୍ରାମ ପଞ୍ଚାୟତକୁ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ପରିଦର୍ଶନ କରି ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ଓ ଅଞ୍ଚଳର ସାମଗ୍ରିକ ପରିସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷକରି ଡାହୁକା ନଦୀର ସ୍ଥିତି ଓ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସେ ଅନୁଧ୍ୟାନ କରିଥିଲେ ।

ପରିଦର୍ଶନ ସମୟରେ ଜିଲ୍ଲାପାଳ ବିଭିନ୍ନ ବିକାଶମୂଳକ ସ୍ଥଳ ପରିଦର୍ଶନ କରି ଚାଲୁଥିବା କାର୍ଯ୍ୟର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ସେ ଗ୍ରାମସଭାରେ ଯୋଗଦେଇ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ବିକାଶ ସମ୍ପର୍କିତ ବିଷୟରେ ଆଲୋଚନା କରିଥିଲେ ।

ଏହି ଅବସରରେ ଜିଲ୍ଲାପାଳ ପାରାଢିପି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରି ପଞ୍ଚାୟତର ବିଭିନ୍ନ ସମସ୍ୟା, ଜନସାଧାରଣଙ୍କ ଆବଶ୍ୟକତା ଓ ଚାଲୁଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ନେଇଥିଲେ । ପରେ ଜିଲ୍ଲାପାଳ ପିଡିଏସ୍ ଗୋଦାମ ପରିଦର୍ଶନ କରି ଖାଦ୍ୟଶସ୍ୟର ସଂରକ୍ଷଣ, ଷ୍ଟକ୍ ଓ ବଣ୍ଟନ ବ୍ୟବସ୍ଥାର ଯାଞ୍ଚ କରିଥିଲେ ।


No Result
View All Result