No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ବାଙ୍କୀ :- ଡମପଡା ବ୍ଲକ ର ବିଲିପଡା ଓ ଗୋପାଳପୁର ଗ୍ରାମ ପଞ୍ଚାୟତ ରେ ଅତ୍ୟଧିକ ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ବିଲିପଡା ଗୋପାଳପୁର ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ନିଷିଦ୍ଧା ଅଞ୍ଚଳ ଭାବେ ଘୋଷଣା କରିଛନ୍ତି । ବିଲିପଡା ଗ୍ରାମ ପଞ୍ଚାୟତରେ ୧୬ଜଣ ଓ ଗୋପାଳପୁର ଗ୍ରାମ ପଞ୍ଚାୟତରେ ୬୧ଜଣ କରୋନା ସଂକ୍ରମିତ ହୋଇଥିବାରୁ କରୋନାକୁ ରୋକ ଲଗେଇବା ପାଇଁ ଆଜି ଠାରୁ ୮ତାରିଖ ପର୍ଯ୍ୟନ୍ତ ନିଷିଦ୍ଧା ଅଞ୍ଚଳ ଭାବେ ଘୋଷଣା କରାଯାଇଛି ।
ଗ୍ରାମରୁ ବାହାରକୁ କିମ୍ବା ବାହାରୁ ଗ୍ରାମକୁ କୌଣସି ବ୍ୟକ୍ତି ଆସିପାରିବେ ନାହିଁ ବୋଲି ବିଲିପଡା ସରପଞ୍ଚ ପ୍ରଶାନ୍ତି ସେଠୀ ଓ ଗୋପାଳପୁର ସରପଞ୍ଚ ଉଷାରାଣୀ ସାହୁ ପୃଥକ ପୃଥକ ଭାବେ ପ୍ରକାଶ କରିଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ଆଇନକୁ ଉଲଙ୍ଘନ କରିବେ ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଜଣାପଡିଛି । (ରିପୋର୍ଟ/ଗୌତମ ମିଶ୍ର)
No Result
View All Result