No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ହିଞ୍ଜିଳିକାଟୁ :- ଘରକୁ ଘର ଯୋଗାଇ ଦିଆଯିବ ପାନୀୟ ଜଳ । ଜନସାଧାରଣଙ୍କୁ ହାତ ପାହାନ୍ତାର ଜଳ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପରିତାପର ବିଷୟ ଖୋଦ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିିକାଟୁ ପୈାରାଞ୍ଚଳରେ ପାନୀୟ ଜଳ ଯୋଗାଇ ଦେବାରେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛି ।୨୦୧୩ ମସିହାରେ ସହରକୁ ସ୍ୱଛ ପାନୀୟଜଳ ଯୋଗାଇବା ନିମନ୍ତେ ହିଞ୍ଜିଳି ଜନସ୍ୱାସ୍ଥ୍ୟ ବିଭାଗ ସହିତ ପୈାର ପରିଷଦ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ହିଞ୍ଜିଳିକାଟୁ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୨ ମସିହା ଅଗଷ୍ଟ ୧୮ ରିଖରେ ସହାୟତା ପ୍ରଦାନ କରିଥିଲେ । ପରିତାପର ବିଷୟ ସ୍ୱଛ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ମଧ୍ୟ ଜନ ସାଧାରଣ ପିଇବା ପାଣି ସ୍ୱଛ ପାନୀୟ ଜଳ ପରିବର୍ତ୍ତେ ଲୋକେ ପାଉଛନ୍ତି ଦୁଷିତ ପାଣି । ଏପରିକି ଜନସ୍ବାସ୍ଥ୍ୟ ବିଭାଗ ତରଫରୁ ସହରବାସୀଙ୍କୁ ପ୍ରତ୍ୟହ ମାତ୍ର ୧୫ ମିନଟ ପାଇଁ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ତାହା ଆଦୈ ପିଇବା ପାଇଁ ଅନୁପଯୁକ୍ତ । ଏଥି ସହିତ ଯୋଗାଇ ଦିଆଯାଉଥିବା ପାଣିରେ ପୋକ ଭାସୁଥିବା ଦେଖିବାକୁ ମିିଳୁଛି । ସ୍ଥାନୀୟ ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ଗତ ୧୦ ରୁ ୧୫ ଦିନ ହେବ ପାଟଣା ସାହି ବାସିନ୍ଦା ପାଣି ୧୫ ମିନଟ ପାଉଛନ୍ତି ତାହାପୁଣି କ୍ଷୀଣ ଧାରରେ ପାଣିଆସୁଛି ।
ହିଞ୍ଜିଳି,ରେଗିଡ଼ିସାହି ମଧ୍ୟ ପାଣି ଆଗ ଭଳି ଆସୁନାହିଁ । ମୋହନ କଲୋନି , ମୁଖ୍ୟ ବଜାର ୧୨ ନଂ ୱାର୍ଡରେ ଆସୁଛି ଗୋଳିଆ ଓ ଦୁଷିତ ପାଣି । ଏ ନେଇ ପ୍ରତାପ କୁମାର ସାହୂୁ ଅଭିଯୋଗ କରିଛନ୍ତି ।୧୬ ନଂ ୱାଡର଼୍ ଗାୟତ୍ରୀ ନଗରରେ ପୋକ ଭାସୁଥିବା ସୁଶାନ୍ତ କୁମାର ପ୍ରଧାନ ଅଭିଯୋଗ କରିଛନ୍ତି । ହିଞ୍ଜିଳକାଟୁ ମେଣ୍ଢାଖାଇ ପାହାଡ଼ ଓ ବରାହୀ ପାହାଡ଼ରେ ଦୁଇଟି ଓଭର ହେଡ଼ ଟ୍ୟାଙ୍କ ସହ ଗଛିତ ନିମନ୍ତେ ୪ଟି ଭୁତଳ ଟ୍ୟାଙ୍କ ନିର୍ମାଣ ହୋଇଛି ।ଆଙ୍କୋରଡ଼ା ନିମନ୍ତେ ଆଙ୍କୋରଡ଼ାରେ ଗୋଟିଏ ଓଭର ହେଡ଼ ଟାଙ୍କିନିର୍ମାଣ କରାଯାଇଛି । ଘୋଡ଼ାହଡ଼ ନଦୀରେ ପୁରାତନ ବୋର ଯୋଗେ ବଇଚବଣିଆ ମାଣିକନଗର ଗାୟତ୍ରୀ ନଗରକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି ।କିନ୍ତୁ ବିଭାଗୀୟ କର୍ତୁପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁଁ ସ୍ଥାନୀୟ ସହରବାସୀ ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସହରବାସୀଙ୍କୁୁ ସ୍ୱଛ ପାନୀୟ ଜଳ ଯୋଗାଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଲୋକଙ୍କୁ ମିଳୁଛି ଦୁଷିତ ପାଣି । କରୋନା ମହାମାରୀ ସମୟରେ ହିଞ୍ଜିଳିକାଟୁ ଅଞ୍ଚଳରେ ଅନେକ କରୋନା ସଂଙ୍କ୍ରମିତ ହୋମ ଆଇସୋଲେସନରେ ରହୁଥିବା ବେଳେ ପାଣିର ଅଭାବ କରୋନା ଠାରୁ ବଳି ଯାଇଛି । କରୋନା ଯୋଗୁଁ ଲୋକେ ଆତଙ୍କିତ ହେଉଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ ଶୁଣିବାକୁ କେହି ନାହିଁ ।ଜନସ୍ୱାସ୍ଥ୍ୟ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶ୍ରୀଧର ଦାଶଙ୍କୁ ଫୋନ ଯୋଗେ ପାଣି ଠିକ ରୁପେି ଆସୁନଥିବା ଏବଂ ପାଣି ଆସିଲେ ମାତ୍ର ୧୦ ରୁ ୧୫ ମିନଟ ଆସୁଛି କେତେକ ସ୍ଥାନରେ ପିଇବା ଯୋଗ୍ୟ ହେଉଥିବା ବେଳେ ଅଧିକାଶଂ ସାହିରେ ପାଣି ପିିିଇବା ଅନୁପଯୋଗୀ ହୋଇପଡ଼ିଛି । ଅଭିଯୋଗ ପରେ ମଧ୍ୟ ଫଳ ଶୁନ ।କାମ ଚାଲିଛି ମୁ ଦେଖୁଛି ଏତିକି ଶୁଣିବାକୁ ମିଳୁଛି ।ସରକାର ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ସ୍ଳୋଗାନ ଦେଉଥିବା ବେଳେ ସହରରେ ପାଣି ଅଭାବ ଲେକଙ୍କ ଚିନ୍ତା ବଢ଼ାଇଦେଇଛି । ମହାମାରୀ ସମୟରେ ଏତିପ୍ରତି ଉଚ୍ଚ କର୍ତୁପକ୍ଷ ଦୃଷ୍ଟିଦେଇ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି । ( ରିପୋର୍ଟ ଶୁସାନ୍ତ ପ୍ରଧାନ )
No Result
View All Result