No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ବାଙ୍କୀ :- ବିଶ୍ୱ ଦ୍ୱିତୀୟ ଲହର କରୋନା ସଂକ୍ରମଣ ସହ ଲଢ଼ୁଥିବା ବେଳେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ସମ୍ନାକୁ ଆସୁଛି । କରୋନା ଚେନ୍କୁ ରୋକ୍ ଲଗାଇବା ପାଇଁ ସରକାର ଲକ୍ଡାଉନ୍ ଏବଂ ସଟ୍ଡାଉନ ଭଳି ବ୍ୟବସ୍ଥା ଆପଣାଇ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ ମାସ୍କ ପରିଧାନକୁ ବାଧ୍ୟତା ମୂଳକ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସାଧାରଣ ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପ୍ରତିଦିନ ଏହି କଟକଣାକୁ କଡାକଡି ଭାବେ ଲାଗୁକରି ତନଖି କରୁଛନ୍ତି । ଆଇନ ଉଲଂଘନକାରୀଙ୍କ ଠାରୁ ଜୋରିମନା ଆଦାୟ କରିବା ସହିିତ କୋଭିଡ଼ କଟକଣାକୁ ଉଲଂଘନ କରିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସରକାର ନିର୍ଦ୍ଦେଶନାମା ଜାରିକରିଛନ୍ତି । ବାଙ୍କୀରେ ନୂତନ କରି ଯୋଗଦେଇଥିବା ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ ସରକାରଙ୍କ ନିର୍ଦ୍ଦେଶନାମା ଏବଂ କୋଭିଡ଼ କଟକଣାକୁ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ନିଜ ଅଫିସରେ କିଛି ବ୍ୟକ୍ତିବିଶେଷଙ୍କୁ ଏକତ୍ରିତ କରି ସାମାଜିକ ଦୂରତାକୁ ଫୁ କରିବା ସହିତ ମାସ୍କ ପରିଧାନ
କରିନଥିବା ଅଭିଯୋଗ କରି ବାଙ୍କୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ରଣପୁର ଗ୍ରାମର କିରଣ କୁମାର ସ୍ୱାଇଁ । ମିଳିଥିବା ସୂଚନା ମୁତାବକ ଉପଖଣ୍ଡ ବିଦ୍ୟୁତ ବିଭାଗ ଅଧିକାରୀ କାର୍ଯ୍ୟାଳୟରେ ଲୋକଙ୍କୁ ଏକତ୍ରିତ କରି ସରକାରୀ କର୍ମଚାରୀ ହୋଇ ସରକାରୀ ନିର୍ଦ୍ଦେଶନାମାକୁ ଫୁ କରିଥିବା ହେତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବାଙ୍କୀଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବକ ଜଣଙ୍କ । ପୂର୍ବରୁ ଓଡ଼ିଶାର ଜଣେ ତହସିଲଦାର କଟକଣା ଉଲଂଘନ କରିଥିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ସରକାରୀ କର୍ମଚାରୀ ବାଙ୍କୀରେ ଆଇନ ଉଲଂଘନ କରି ସୁପରସ୍ପ୍ରେଡର ସାଜିଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସେମାନଙ୍କର ପୋଲିସ ଉପସ୍ଥିତିରେ କରୋନା ଯାଂଜ କରିବା ପାଇଁ ଏତଲାରେ ଦର୍ଶାଯାଇଥିବା ଜଣାପଡିଛି । ସୋମବାର ସନ୍ଧ୍ୟା ସମୟରେ ଅଭିଯୋଗକାରୀ କିରଣ କୁମାର ସ୍ୱାଇଁ, ପାର୍ଥସାରଥୀ ପାଣୀ, ନିଳମଣୀ ମହାପାତ୍ର ପ୍ରମୁଖ ସାମାଜିକ ଦୂରତା ରଖି ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କୁ ଏତଲା ପ୍ରଦାନ କରିଥିବା ଜଣାପଡିଛି । ଏହାର ନକଲ କଟକ ଜିଲାପାଳ, ମୁଖ୍ୟମନ୍ତ୍ରୀ ଓଡିଶା ଏବଂ୫ଟି ସଚିବ ଙ୍କୁ ପ୍ରଦାନ କରାଯାଇଥିବା ଜଣାପଡିଛି । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result