No Result
View All Result

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ବାଙ୍କୀ :- ଡମପଡ଼ା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ଉପବିଭାଗୀୟ ଅଧିକାରୀ ଅନୀଲ କୁମାର ସାହୁ ଆଜି କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆଜି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କୋଭିଡ କଟକଣା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡମପଡ଼ା ବ୍ଲକ ଶିକ୍ଷାଅଧିକାରୀ ପ୍ରିୟମ୍ବଦା ନନ୍ଦ ସଭାପତିତ୍ୱ କରି ଅନୀଲ କୁମାର ସାହୁଙ୍କ କାର୍ଯ୍ୟ ଦକ୍ଷତା , ନିଷ୍ଠାପରତା ସଂପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ

ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଗଦାଧର ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ପ୍ରଫୁଲ କୁୂମାର ବେହେରା, ଟି.ସି ନିଶାମଣୀ ପ୍ରଧାନ, କାର୍ଯ୍ୟାଳୟର କର୍ମଚାରୀ ସଂଜୟ ପ୍ରଧାନ, ମନୋଜ ଦାସ, ସୁକାନ୍ତ ପାତ୍ର, ବି.ଆର.ଟି ଲୀମା ମହାପାତ୍ର ପ୍ରଭୃତି ଯୋଗଦେଇ ଅନିଲ ଙ୍କ ବିଷୟରେ ଭାବବିହ୍ୱୋଳ ହୋଇ ଅନୁଭୂତି ପ୍ରକାଶ କରିଥିଲେ । ଉପବିଭାଗୀୟ ଅଧିକାରୀ ଜଣେ ଆକାଶବାଣୀର କଳାକାର ଭାବେ ସୁନାମ ଅର୍ଜନ କରିଥିଲେ । ଅବସର ପରେ ସେ ପୁନର୍ବାର ଆକାଶବାଣୀରେ ଯୋଗଦାନ କରି କଳାକାର କାର୍ଯ୍ୟ କରିବେ ବୋଲି ବିଦାୟକାଳୀନ ସମ୍ବର୍ଦ୍ଧନାସଭାରେ କହିଥିଲେ । (ରିପୋର୍ଟ :ଗୌତମ ମିଶ୍ର )
No Result
View All Result