No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ପୈାରାଞ୍ଚଳ ସ୍ଥିତ ସରକାରୀ ଏନ୍ ଏଏସି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କ ସୋମବାର ଅପରାହ୍ନରେ ମୃତ୍ୟୁ ଘଟିଛି । ସେ ଗତ ଏକ ମାସ ପୂର୍ବେ ଅସୁସ୍ଥ ଅନୁଭବ କରିବାରୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କରୋନା ପରୀକ୍ଷା ପରେ ନମୁନା ପଜିଟିଭ ଜଣାପଡିଥିଲା । ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନହେବାରୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଅଶ୍ବିନୀ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଚିକିତ୍ସାଧିନ ସମୟରେ ସୋମବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା । ସେ ଗତ ୨୦୦୧ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ୨୦୦୪ ମସିହାରେ ସ୍ଥାନୀୟ ବୃନ୍ଦାବନ ନାୟକ ସ୍ମାରକୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ଯକ୍ଷ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ପରୋପକାରୀ, ମିଷ୍ଠାଭାଷୀ ଓ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ( ରିପୋର୍ଟ: ଶୁସାନ୍ତ ପ୍ରଧାନ )
No Result
View All Result