No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ମେ ସୋମବାର) କଳାହାଣ୍ଡି :- ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିଚାଲିଛି।ସହର ଠୁ ଗାଁ ପୁଣି ଅଗମ୍ୟ ଅରଣ୍ୟ ଇଲାକାରେ ପ୍ରବେଶ କରି ସାରିଛି । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଲୁବେନଗଡ ପଞ୍ଚାୟତରେ ପହଞ୍ଚି ପାରିନି କରୋନା । କଳାହାଣ୍ଡିର ପ୍ରଥମ ବୀର ଶହୀଦ ରେଣ୍ଡୋ ମାଝୀଙ୍କ ଜନ୍ମମାଟି ହେଉଛି ଲୁବେନଗଡ।ବଣ ପାହାଡ ଘେରା ଏହି ପଞ୍ଚାୟତରେ ରହିଛି ଅନେକ ଛୋଟ ବଡ଼ ଗାଁ । ଏହି ଅଞ୍ଚଳର ଲୋକମାନେ କରୋନାର ଦ୍ଵିତୀୟ ଲହରୀ ବିଷୟରେ ଜାଣିବା ପରେ ପ୍ରାୟତଃ କେହି ବାହାରକୁ ଯାଉ ନାହାଁନ୍ତି ।
ବାହାରେ ମଧ୍ୟ କାମଧନ୍ଦା କରୁଥିବା ଲୋକ ଗାଁକୁ ଆସୁ ନାହାନ୍ତି । ପୁଣି ଲୋକେ ବିଶେଷ ସଚେତନ ରହୁଛନ୍ତି । ପଞ୍ଚାୟତ ବାସୀଙ୍କ କହିବା ଅନୁଯାୟୀ ଅତି ଆବଶ୍ୟକ ନ ଥିଲେ ବ୍ଳକ ଅଫିସ ମ.ରାମପୁରକୁ ମଧ୍ୟ ଲୋକେ ଯାଉ ନାହାଁନ୍ତି।ମ.ରାମପୁର ତହସିଲଦାର ସୟଦ ଇସାକ ମଦିନାଙ୍କୁ କରୋନା ପଜିଟିଭ ସଂଖ୍ୟା ଉପରେ ପଚାରିବାରୁ ସବୁଠାରୁ ଆଶ୍ଚର୍ଯ୍ୟ ଏ ପର୍ଯ୍ୟନ୍ତ ଲୁବେନଗଡ ପଞ୍ଚାୟତରେ ଜଣେ ବି କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇ ନ ଥିବା ପ୍ରକାଶ କରିଛନ୍ତି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result