No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ଭୁବନେଶ୍ୱର :- କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଲେ । ପୁଣି ୧୬ ଦିନ ଲକ୍ଡାଉନ ବଢ଼ାଇଲେ ସରକାର । ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ଜୁନ ୧ ତାରିଖ ସକାଳେ ଶେଷ ହେବାକୁ ଥିଲା ଲକ୍ଡାଉନ୍ । ସପ୍ତାହାନ୍ତ ଶଟ୍ଡାଉନ କଟକଣା ପୂର୍ବଭଳି ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ମେ ୨୨ ତାରିଖରେ ସର୍ବାଧିକ ୧୨,୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ବାତ୍ୟା ୟାସ୍ ପାଇଁ ଟେଷ୍ଟ କମା ଯାଇଥିଲା । ଯାହାଫଳରେ କରୋନା ପଜିଟିଭ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ମଧ୍ୟ ସଂକ୍ରମଣ କମିଛି । ଆଜି ରାଜ୍ୟରେ ୯୫୪୧ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଛନ୍ତି । ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ ବୋଲି ଧରିବାକୁ ହେବ ବୋଲି ଏସିଏସ୍ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ସେପଟେ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି । ଏହା ଆମ ରାଜ୍ୟ ପାଇଁ ଆଶ୍ୱସ୍ତିକର ଖବର । ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଜିଲ୍ଲାର ସଂକ୍ରମଣ କମୁଛି । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ମଧ୍ୟ ବିପଦ ରହିଛି । ସେଥିପାଇଁ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାକୁ ସିଲ୍ କରାଯାଇଛି ବୋଲି ଏସିଏସ୍ କହିଛନ୍ତି । ରାଜ୍ୟର ମୋଟ୍ ୯ଟି ଜିଲ୍ଲାରେ ସଂକ୍ରମଣ ରାଜ୍ୟର ୬୦% ରହିଛି । ୯ ଜିଲ୍ଲା- ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ ଜିଲ୍ଲା । ରାଜ୍ୟରେ ପଜିଟିଭିଟି କମି ଆଜି ସୁଦ୍ଧା ୧୪%ରେ ପହଞ୍ଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି; ୫ ଜିଲ୍ଲାରେ ୫% ତଳେ ରହିଛି ।
No Result
View All Result