No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ହିଞ୍ଜିଳିକାଟୁ :- ଗ୍ରାମ ନିକଟସ୍ଥ ଏକ ବିଲରୁ ଅସୁସ୍ଥ ଏକ ବାଛୁରୀକୁ ଗ୍ରାମର କିଛି ଯୁବକ ଉଦ୍ଧାର କରି ଚିକିତ୍ସା କରିବା ପରେ ତାକୁ ବିକ୍ରି କରିବାକୁ କେନ୍ଦ୍ର କରି ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ହିଞ୍ଜିଳି ଥାନା ବ୍ରାହ୍ମଣଛାଇ ଗ୍ରାମରେ ଜଣେ ଯୁବକକୁ ସେହି ଗ୍ରାମର ୨ ଭାଇ କଟୁରି ଚୋଟ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଆହତ ଜଣକ ହେଲେ ସଂପୃକ୍ତ ଗ୍ରାମର ଅଶୋକ ପୃଷ୍ଟି । ଆକ୍ରମଣକାରୀ ମାନେ ହେଲେ ସେହି ଗ୍ରାମର ଦୁଖା ପୃଷ୍ଟି ଙ୍କ ୨ ପୁଅ ସ୍ୱରାଜ୍ୟ ଓ ପୀତବାସ। ମିଳିଥିବା ଏତଲା ଅନୁଯାୟୀ ଗତ ୨/୩ ମାସ ତଳେ ଗ୍ରାମ ବିଲ ନିକଟରୁ ଅଶୋକ ଓ ତାଙ୍କ କିଛି ଘନିଷ୍ଠ ସାଙ୍ଗ ଏକ ଅସୁସ୍ଥ ବାଛୁରୀକୁ ଉଦ୍ଧାର କରି ଚିକିତ୍ସା କରାଇ ଥିଲେ । ସୁସ୍ଥ ହୋଇ ଗାଁ ରେ ବୁଲୁଥିବା ବାଛୁରୀକୁ କିଛି ଦିନ ପରେ ସେମାନେ ଦେଖିବାକୁ ପାଇ ନ ଥିଲା। ବାଛୁରୀଟି ବିକ୍ରି ହୋଇ
ଥିବା ନେଇ ଗ୍ରାମର ସ୍ୱରାଜ୍ୟ ପୃଷ୍ଟିଙ୍କ ଉପରେ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ପରେ ଅଶୋକ ବାଛୁରୀ ବିକ୍ରି କଥା ସ୍ୱରାଜ୍ୟଙ୍କୁ ପଚାରିଥିଲେ । ସ୍ୱରାଜ୍ୟ ହଠାତ ଉତ୍ତ୍ୟକ୍ତ ହୋଇ ଏକ କଟୁରିରେ ଅଶୋକଙ୍କ ମୁଣ୍ଡକୁ ଚୋଟ ମାରିଥିଲା ବେଳେ ତାଙ୍କ ଭାଇ ପୀତବାସ ଏକ ଠେଙ୍ଗାରେ ପିଠିକୁ ପ୍ରହାର କରିଥିଲେ । ଆକ୍ରମଣରେ ଅଶୋକ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ସାଥୀମାନେ ଉଦ୍ଧାର କରି ଚିକିତ୍ସା ସକାଶେ ପିତଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏନେଇ ଅଶୋକ ଶୁକ୍ରବାର ସ୍ଥାନୀୟ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେଶ ନଂ ୨୭୩ /୨୧ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ପୁଲିସ ଜଣକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । (ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result