No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ବସ୍ତା :- ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ। ଜଣେ ମହିଳା ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି l ଖବର ଅନୁଯାୟୀ ଦୁଧହଂସା ଗାଁର ମହିଳା ଜଣଙ୍କ ୩ ବର୍ଷ ଶିଶୁପୁତ୍ରକୁ ଧରି ଆଜି ଅପରାହ୍ଣରେ ଟ୍ରେନ ଆଗକୁ ଡେଇଁ ପଡ଼ିଥିଲେ ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପାରିବାରିକ ସମସ୍ୟାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି । ତେବେ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡ଼ିବ । ଜିଆରପି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତନାଘନା ଚଲାଇଛି । (ରିପୋର୍ଟ – ଦୀପ୍ତିମାନ ପତି )
No Result
View All Result