No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୨୯ ମଇ , ଶନିବାର ) ଭୁବନେଶ୍ୱର :- ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଗତକାଲି ବାଲେଶ୍ୱର ଜିଲ୍ଲାର ସୋରୋ, ବାହାନଗା ଓ ଚାନ୍ଦିପୁର ଗସ୍ତକରି ‘ୟାସ’ କ୍ଷତିଗସ୍ତ ଅଂଚଳ ପରିଦର୍ଶନ କରିବାସହ ବନ୍ୟା ଓ ବାତ୍ୟା ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଥିଲେ । ସେଠାରେ ରନ୍ଧାଖାଦ୍ୟ ଓ ଶୁଖିଲାଖାଦ୍ୟ ବଂଟନ କରାଯାଇଥିଲା ।
ସେ ସବୁ ଅଂଚଳ ପରିଦର୍ଶନ କରିବା ପରେ ଶ୍ରୀ ନୱାଜ କହିଛନ୍ତି ଯେ ସରକାରଙ୍କ ପ୍ରଚାର ଓ ଗ୍ରାଉଣ୍ଡଜିରୋର ବାସ୍ତବତା ଭିତରେ ଆକାଶ ପାତାଳ ତଫାତ । ସରକାରୀ କର୍ତୃପକ୍ଷ ଏପର୍ଯ୍ୟନ୍ତ ୮୦ ପ୍ରତିଶତ ପ୍ରଭାବିତ ଲୋକଙ୍କ ପାଖରେ ପଂହଚି ପାରିନାହାଁନ୍ତି । ମାଛଚାଷର ଅସୁମାରୀକ୍ଷତି । କ୍ଷେତରେ ଲୁଣିପାଣି ମାଡ଼ିଯାଇଛି । ଲୋକଙ୍କ ଘର ଭାଙ୍ଗିଯାଇଛ । ଗଛଭାଙ୍ଗି ରାସ୍ତା ବନ୍ଦ ।
ମାତ୍ର ସରକାର ଯେଉଁଭଳି ପ୍ରଚାର କରୁଛନ୍ତି ତାହା ଦୁଃଖଦାୟକ । କାମନକରି ଏପରି ପ୍ରଚାର କରିବା ଏକ ପ୍ରତାରଣା । ଖୁବଶୀଘ୍ର ଛାତ୍ର କଂଗ୍ରେସ ‘ୟାସ’ ଜନିତ କ୍ଷୟକ୍ଷତିର ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ । ଏହି କାର୍ଯ୍ୟକ୍ରମରେ ବିକାଶ ପଶୁପାଳକ, ଅବିନାଶ ନନ୍ଦ, ବିଶ୍ୱଭୂଷଣ ମହାପାତ୍ର ଓ ଗୌତମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
No Result
View All Result